You are currently viewing ସ୍ପନ୍ଦନ
Odia Poem Spandana (ସ୍ପନ୍ଦନ) by Subhankar Satapathy

ସ୍ପନ୍ଦନ

ସ୍ପନ୍ଦନ ହୃଦୟର ଗୀତ, ମନର ମିତ
ଅବା କେବେ ହୃଦଘାତର ପରାକ୍ରମରୁ ଜାତ ।

ସ୍ପନ୍ଦନ ମନର ସାଥି, ଗ୍ରୀଷ୍ମର ତାତି
ଥଣ୍ଡା କାକରରେ ଶୋଇଥିବା ମଣିଷର ରାତି ।

ଶରତ ଋତୁ ଆଗମନ, ଦେବୀଙ୍କ ପ୍ରସାଦ ସେବନ
ଆଶୀର୍ବାଦ ଭରା ପୂର୍ଣ କାଳରେ ଚମକିତ ହୁଏ ଗଗନ
ପରମ୍ପରାର ପ୍ରତିବିମ୍ବ ସାଜେ–ସ୍ପନ୍ଦନ ସ୍ପନ୍ଦନ ସ୍ପନ୍ଦନ ।

କୋକିଳ ଗଳାର ଗୁଞ୍ଜନ, ସମୁଦ୍ର ଲହଡ଼ି ଗର୍ଜନ
ପ୍ରେମର ଶୀତଳ ତନେ ଭରୁଥିବା, ଅଶ୍ରୁଭରା ଏକ ନୟନ
ସୁକ୍ଷ୍ମ ଅବସ୍ଥିତି ତାର–ସ୍ପନ୍ଦନ ସ୍ପନ୍ଦନ ସ୍ପନ୍ଦନ ।

ଜୀବନ ଜାକର ବନ୍ଧନ, ଦାସତ୍ୱ ପ୍ରାଣର କ୍ରନ୍ଦନ
କେବେ ଘୁରି ବୁଲେ ସେ ମୁକ୍ତ ଆକାଶେ ହୋଇ ସ୍ୱଚ୍ଛ ପବନ
ସବୁରି ମୂଳେ ଅଟେ–ସ୍ପନ୍ଦନ ସ୍ପନ୍ଦନ ସ୍ପନ୍ଦନ ।

ଅନାହାର ଶିଶୁର କ୍ରନ୍ଦନ, ଅରଣ୍ୟ ରୋଦନ
ବକ୍ଷ ଖୋଲି ଦୁଗ୍ଧ ଦେଉଥିବା ଏକ ମମତାର ଅନୁମୋଦନ
ମିଳେ ଏକ ହୃଦୟର–ସ୍ପନ୍ଦନ ସ୍ପନ୍ଦନ ସ୍ପନ୍ଦନ ।

ସୁମହୁର ସୀତାର ବାଦନ, ବିଶେଷ ନିବେଦନ
ସନ୍ଧ୍ୟା ଆରତୀ ସମାଗମ ଶେଷେ ଗୀତ ଭାଗବତ ପଠନ
ଭକ୍ତି ପ୍ରାଣ ସ୍ରୋତ ବୋହେ–ସ୍ପନ୍ଦନ ସ୍ପନ୍ଦନ ସ୍ପନ୍ଦନ ।

ଅଭିନେତାର ଜୀବନ, ସଭାରେ ନେତାଙ୍କ ବର୍ଜନ
ମଧୁର ମଧୁର କଥା କହୁଥିବା, ମୁନି ଋଷିଙ୍କର ଚିନ୍ତନ
ଶୁଣୁଥାଏ ଏକ ସ୍ୱର–ସ୍ପନ୍ଦନ ସ୍ପନ୍ଦନ ସ୍ପନ୍ଦନ ।

– ଶୁଭଙ୍କର ଶତପଥୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭଙ୍କର ଶତପଥୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।