You are currently viewing ସ୍ମୃତି ଚିଠା
Odia Poem Smruti Chitha (ସ୍ମୃତି ଚିଠା) by Dr. Subrat Kumar Mahanta

ସ୍ମୃତି ଚିଠା

ଓଲଟାଇବା ପାଇଁ ଇଚ୍ଛା ହୁଏ
ବେଳେ ବେଳେ ପୁରୁଣା ପୃଷ୍ଠା,
ପେଡ଼ି ଖୋଲିଦେଲେ ଆଖି ଲାଖି ଯାଏ
ହଜି ଯାଏ ମନ….
ମିଳି ଯାଏ କିଛି ସ୍ମୃତି ଚିଠା !!
ସତେ, କଷ୍ଟଦାୟକ ଥିଲା ସେ ଅତୀତ
ବର୍ତ୍ତମାନ ନାମେ ଯେବେ ଥିଲା ସେ ନାମିତ
କେତେ ଲୁହ ବୁହାଇଛି, ହୃଦୟ କନ୍ଦରୁ
ଆଉ କେତେ କୋହୋ ସେ ରଖିଛି ସାଇତି
ଧାର ଧାର ଲୁହ ବୁହାଇଛି, ନୟନ ଯୁଗଳୁ
ଆଜି ଗୋଟେ ବର୍ତ୍ତମାନେ ପହଞ୍ଚି ଭାବୁଛି
ସ୍ମୃତି ଭର୍ତ୍ତି କାଗଜରୁ ଅଣ୍ଡାଳୁଛି,
ସେଇ ମିଠା କଷ୍ଟ ପୂର୍ଣ୍ଣ ଦିନ ॥

– ଡ. ସୁବ୍ରତ କୁମାର ମାହାନ୍ତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ସୁବ୍ରତ କୁମାର ମହନ୍ତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।