ତୁମ ମଥାର ବିନ୍ଦି,
ମୁଁ ସେଇଠି ଜାଗା ଟିଏ ଚାହୁଁଚି….
ଯେଉଁଠି
ତୁମ ଦୁଇ ଭୃଲତାର ଦୁଷ୍ଟାମୀରେ
ମଥାରେ ତରଙ୍ଗଟେ ଖେଳେ
ଆଉ ସେ,
ତରଙ୍ଗର ପ୍ରତି ତାଳେ ଝୁମୁଥାଏ କଳା ବିନ୍ଦିଟିଏ ।
ବାସ୍….
ମୁଁ ସେଇଠି ଆଜୀବନ କବି ହେଇ ରହିବାକୁ ଚାହୁଁଚି
ତୁମ ଓଠର ନିଆରା ହସ….
ମୋର ସବୁ ଯନ୍ତ୍ରଣା
କ୍ଷଣିକରେ ପୃଥିବୀରୁ ଦୂରେଇ ଯାଏ
ତମ ଓଠର ଚେନେଏ ହସରେ ॥
ବସ୍ଠୁ ଖାଇଥିବା ଗାଳି
ସାରା ଦିନର କ୍ଲାନ୍ତି
ଆକାଶରେ ମିଶି ଯାଏ
ଚାହା କପର ବାମ୍ଫ ସହ ସଞ୍ଜରେ
ଆମ ଘର ଛୋଟିଆ ଅଗଣାରେ ॥
ପୁଣି ସତେଜ
ଚାଲିବାକୁ ଇଚ୍ଛା ତମ ହସ ସହ
ପୃଥିବୀ ସରିବା ଯାଏଁ…..
– ତୃପ୍ତି ରଞ୍ଜନ ଦାସ