You are currently viewing ମୋ ଠାକୁର କାଳିଆ
ମୋ ଠାକୁର କାଳିଆ

ମୋ ଠାକୁର କାଳିଆ

କାଳିଆ ଆସୁଛି ଲଗାଇ ଟାହିଆ
ସାଥେ ମା’ ସୁଭଦ୍ରା ଓ ପ୍ରଭୁ ବଳିଆ ।

ଦରଶନ ଦେବେ ସାରା ଜଗତକୁ
ନୟନ ଚାହେଁ ଭୁଲି ସବୁ ଦୁଃଖକୁ ।

ଲୀଳାମୟ ଠାକୁର ଚକା ଡୋଳିଆ
ତା’ ପରି କାହିଁ ଆଉ ବଡ଼ ଛଳିଆ ।

ବର୍ଷକୁ ଥରେ ଆସେ ବଡ଼ ଦାଣ୍ଡକୁ
ଦର୍ଶନ ଦେବ ସେ ସାରା ଜଗତକୁ ।

ଯାତ ମଧ୍ୟେ ଶ୍ରେଷ୍ଠ ଶ୍ରୀ ଗୁଣ୍ଡିଚା ଯାତ
ଭକ୍ତ ଦେଖି ଖୁସି ତୋ’ ଯାତର ନେତ ।

ପ୍ରଭୁ କହେ କେହି ତୁମେ ଦଗାଦିଆ
ପୁଣି କେହି କହୁଛି ତୁମେ ଛଳିଆ ।

ଭକ୍ତ ସାଲବେଗ, ଦାସିଆ ବାଉରୀ
ରଥ ଛାଡ଼ିଗଲ ଶୁଣି ସେ ଗୁହାରି ।

ମୁହିଁ ଅଧମ ତୁମ୍ଭେ ଡାକେ ମଣିମା
ଦୟାବାନ ପ୍ରଭୁ ଗୁହାରି ଶୁଣିମା ।

ପ୍ରତୀକ ସର୍ବ ଧର୍ମ ସମ୍ମନୟର
ଢାଳିଦିଅ ସଭିଙ୍କୁ ଦୟା ଅପାର ।

ଦେଖାଅ ପ୍ରଭୁ ସଭିଙ୍କୁ ଭଲ ପଥ
ହେ ଦିନଙ୍କ ନାଥ ଜୟ ଜଗନ୍ନାଥ ।

– ଦେବଦତ୍ତ ସ୍ୱାଇଁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦେବଦତ୍ତ ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।