You are currently viewing ମାମୁଁ
ମାମୁଁ

ମାମୁଁ

ସତ କହିବାରୁ ବଉଳା ଗାଈକୁ
ବାଘ ଦେଲା ଯେବେ ଛାଡ଼ି
ସେବେଠାରୁ ବାଘ ନାମ ପଛପଟେ
ମାମୁଁ ଶବ୍ଦ ହେଲା ଯୋଡ଼ି ॥

ସୁରକ୍ଷା ସଭିଙ୍କୁ ଦିଅନ୍ତି ଆମର
ଥାନାର ପୋଲିସ୍ ବାବୁ
ତେଣୁ ପୋଲିସଙ୍କୁ ଥାନା ମାମୁଁ ବୋଲି
ଡାକନ୍ତି ଖୁସିରେ ସବୁ ॥

ପିଲାବେଳେ ଆମେ ନଖାଇଲେ ମାଆ
ଖୁଆନ୍ତି ଦେଖାଇ ଜହ୍ନ
ସେଥିପାଇଁ ଆମେ ଜହ୍ନମାମୁଁ ବୋଲି
କରିଥାଉ ସମ୍ବୋଧନ ॥

ବିପଦେ ଆପଦେ ପାଖରେ ଥାଆନ୍ତି
ମାଆଙ୍କର ନିଜ ଭାଈ
ମାମୁଁ ବୋଲି ତାଙ୍କୁ ଡାକିଥାଉ ଆମେ
ସମ୍ପର୍କକୁ ସାଥେ ଦେଇ ॥

– ଶ୍ରୀମନ୍ତିନି ମହାଳିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶ୍ରୀମନ୍ତିନି ମହାଳିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।