You are currently viewing ମତେ ପଚାରନି
ମତେ ପଚାରନି

ମତେ ପଚାରନି

ମତେ ପଚାରନି
ପବନ ମିଛ କହେ କି ନାଇଁ
ଆକାଶରେ ତାରା କେତେ
ବାଦଲ ବି କ’ଣ ଗୀତ ଗାଏ
ନାଁ ଜହ୍ନ କେବେ ମନ ହଜେଇଛି
ନାଁ ଜମା ପଚାରନି ମତେ !

ମୁଁ କୋଉ ଜାଣିଛି
କୃଷ୍ଣଚୂଡ଼ା ରଙ୍ଗ ନାଲି ନାଁ ମୁଠେ ପ୍ରେମ ରଙ୍ଗ?
ଲାଜକୁଳୀ ଲାଜ କରେ ନାଁ ଅବିଶ୍ୱାସ?
ରକ୍ତ କଇଁ ପୋଖରୀରେ ଫୁଟେ ନାଁ ଛାତି ତଳେ?

ଠିକଣା?
ହେ ନାଁ ସେଇଟା ବି ମନେ ନାହିଁ ଆଉ
କୋଉ ଗୋଟେ ଗୋଲାପୀ ଚିଠିରେ ଲେଖାଥିଲା
କାହା ଛାତି ତଳେ
ନୂଆ ସହରରେ ପୁରୁଣା କଲୋନୀ
କେତେ ନମ୍ବର ଲେନ୍
ଏମିତି କିଛି!

ଯାହା ମୁଁ ଭୁଲି ଆସିଛି
ହାଇସ୍କୁଲ୍ ପଡ଼ିଆରେ କିତ୍ କିତ୍ ଖେଳୁ ଖେଳୁ

ଆଛା ଏବେ ତୁମେ କୁହ;
ମୁଁ ଆକାଶ ନା ପଞ୍ଜୁରୀ??

– ସୋନାଲି ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୋନାଲି ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।