You are currently viewing ଭାରି ମନେ ପଡ଼ ତୁମେ
ଭାରି ମନେ ପଡ଼ ତୁମେ

ଭାରି ମନେ ପଡ଼ ତୁମେ

ଭାରି ମନେ ପଡ଼େ ତୁମେ
ସଞ୍ଜ ନଇଁଗଲା ପରେ
ଭାବେ ବସି ତୁମ କଥା
ଫିକା ଜହ୍ନ ଆଲୁଅରେ ।

ମନେ ପଡ଼େ ଆଜି ସେଇ
ସାଗରର ବେଳା ଭୂଇଁ
କହିଥିଲ ଭଲପାଅ
ଉଛୁଳା ଲହରୀ ଛୁଇଁ
ଭସାମେଘ ପରି ସାଥୀ

ଭାସିଗଲା ତୁମକଥା
ରହିଗଲା ସ୍ମୃତି ହୋଇ
ଏଇ ମୋ ମନରେ ।

ଆଜି ବି ଝରକା ଖୋଲେ
ଜାଣେନା ମୁଁ କାହା ପାଇଁ
ଜାଣେ ତୁମେ ଆସିବନି
ତଥାପି ବି ରହେ ଚାହିଁ
ଆଶାତକ ଆଶାହୋଇ
ମନେ ମୋର ଯାଏ ରହି
ପାଦଥାପି ତୁମେ ଆସ
ସତ ନୁହଁ ସପନରେ ।

– ସରସ୍ୱତୀ ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସରସ୍ୱତୀ ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।