You are currently viewing ମକର ସଂକ୍ରାନ୍ତି
ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତି

ଧରାରେ ମକର ଆସେ ଧନୁ ପରେ ପରେ,
କୃଷି ଭିତ୍ତିକ ପର୍ବ ଭାବେ ପାଳନ୍ତି ପୁରେ ପୁରେ ।
ସାରା ଭାରତରେ ପାଳନ୍ତି ଜାତି ଧର୍ମରେ ସର୍ବ,
ରୋମାନ୍ ଇହୁଦୀମାନେ ବି ପାଳନ୍ତି ଏ ପର୍ବ ।
ଦକ୍ଷିଣ ଭାରତରେ ପାଳନ୍ତି ତିନି ଦିନ ଏହାକୁ,
ପୋଙ୍ଗାଲ ବିହୁ ନାମେ ପୂଜନ୍ତି ଏ ଧରା ଧାମକୁ ।
କୃଷକ ଚାଉଳ ଆମଳ କରି କ୍ଷୀରି କରଇ
ଖୁସି ମନେ ସାହି ପଡ଼ିଶା ଘରେ ଘରେ ବାଣ୍ଟଇ ।
ଅରୁଆ ଚାଉଳ ନଡ଼ିଆ ଆଖୁ ଗୁଡ଼ କଦଳୀ
ଅଦା ମକା ଘିଅ ଓ କ୍ଷୀର କରନ୍ତି ରସାବଳି ।
ନୂତନ ଶସ୍ୟରେ କୃଷକ, ସୂର୍ଯ୍ୟ ପୂଜା କରନ୍ତି
ଦିନ ବଡ଼ ହୁଏ ବୋଲି କାମ ବେଶୀ ପାଆନ୍ତି ।
ଉତ୍ତରାୟଣ ଗତିରେ କରି ସୂର୍ଯ୍ୟ ମକରକ୍ରାନ୍ତି
ଜାନୁଆରୀ ଚଉଦରେ ପ୍ରତି ରାଶି ମାସେ ରହନ୍ତି ।
ରବିଙ୍କ କିରଣ ବଢ଼ଇ ଖରା ହୁଏ ଭୀଷଣ
ଏସମୟେ ମୃତ୍ୟୁ ହୋଇଲେ ହୁଏ ଉତ୍ତରାୟଣ ।
ଦେବୀ ସଂକ୍ରାନ୍ତି ଏତିଥିରେ ଶଙ୍କରା ସୁର ମାରି
ଧରାରୁ ଅସୁର ଆତଙ୍କୁ କରିଥିଲେ ସେ ପାରି ।
ଶ୍ରୀମନ୍ଦିରେ ଜଗନ୍ନାଥଙ୍କ ହୁଏ ମକର ବେଶ
ପ୍ରଭାତ ସ୍ନାନ ମଇଲମ ଅଳଙ୍କାରେ ସୁବେଶ ।
ଗଙ୍ଗା ଗୋଦାବରୀ ନର୍ମଦା ବାରୁଣୀ ସ୍ନାନ ହୁଏ
ମହା କୁମ୍ଭ ସ୍ନାନ ସାଧୁଙ୍କ ମକର ମେଳା ହୁଏ ।

– ରଶ୍ମୀବାଳା ଶତପଥୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରଶ୍ମୀ ବାଳା ଶତପଥୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।