You are currently viewing କେତେ ଜନମର ତପ
କେତେ ଜନମର ତପ

କେତେ ଜନମର ତପ

ଦୁନିଆ ଜାଣିଛି ଦୁନିଆ ମାନିଛି ପ୍ରେମ ଯାଏ ନାହିଁ ମରି
ତେବେ କୁହ କିଆଁ ମିଛଟାରେ ଆମେ ଦୁନିଆକୁ ଯିବା ଡରି

ତୁମେ ଖାଲି ଭାବ ଭଲପାଇବାଟା ଆମ ପାଇଁ ମହାପାପ
ମୁଁ କିନ୍ତୁ ଭାବୁଛି ମନ ଦିଆନିଆ କେତେ ଜନମର ତପ
ଆମ ପ୍ରେମ ଅଟେ ଅଲେଖା କାଗଜ ଦେବା ନାହିଁ ତାକୁ ଚିରି
ମନ ଦୃଢ଼ କର ଏଇ ଦୁନିଆକୁ କେବେ ଯିବା ନାହିଁ ଡରି

ମିଳନରେ ଆମେ ଖୁସି ହେବା ନାହିଁ ବିରହେ କାନ୍ଦିବା ନାହିଁ
ଆମ ହୃଦୟର ପ୍ରେମର ତରୁଟି କେବେ ବି ଯିବନି ନଇଁ
ଜୀବନ ନଈରେ ସଦା ବହୁଥିବ ଭଲ ପାଇବାର ତରୀ
ଦୁନିଆ ଜାଣିଛି ଦୁନିଆ ମାନିଛି ପ୍ରେମ ଯାଏନାହିଁ ମରି

– ବିନୟ କୁମାର ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିନୟ କୁମାର ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା ଆଦି ରଚନା କରିବା ସହ ଅନ୍ୟାନ୍ୟ ଭାଷାର ରଚନାରୁ ଅନୁବାଦ କରିଥାନ୍ତି ।