You are currently viewing ମାହେଶ୍ୱରୀ
ମାହେଶ୍ୱରୀ

ମାହେଶ୍ୱରୀ

ଆସ ମାତ ମାହେଶ୍ୱରୀ
ଜଗଦ୍ଧାତ୍ରୀ ପରମ ବୈଷ୍ଣବୀ,
ଆଶ୍ଵିନର ପାର୍ବଣ ତିଥିରେ
ଖଣ୍ଡ ଖଣ୍ଡ ଧଳାମେଘ
ନୈକା ବିହାରରେ ।

ବିଲପାଟେ କାଶତଣ୍ଡି ଢାଳଇ ଚାମର,
ତବ ନିରାଜନା ପାଇଁ
ଶୁଦ୍ଧପୂତେ ମନ୍ତ୍ର ଗାଇ ବହଇ ସମୀର ।

ଦୁର୍ଗତି ନାଶିନୀ ଦୁର୍ଗା ଦନୁଜ ଦଳିନୀ
ନାଶିବାକୁ ଜଗତର ଦୁଃଖ, ସନ୍ତାନ ଦୁର୍ଗତି
ଧରା ପୃଷ୍ଠେ ହେଉ ତବ
ଶୁଭ ଆଗମନ,
ତୁମରି ସେ ପୁଣ୍ୟ ତେଜେ
ଉଦ୍ଭାସିତ ହୋଇ ଉଠୁ
ନିଖିଳ ଜୀବନ ।

ତୁମ ପାଦେ ବଳିପଡ଼ୁ
ଯେତେ ଆମ ପଶୁ ପ୍ରବୃତ୍ତି,
ଉଦେ ହେଉ ଦିବ୍ୟ ଜ୍ଞାନ
ଦିଅ ସୁଖ ଶାନ୍ତି
ତୁମ ଅଖଣ୍ଡ ଵିଭୂତି ।

ବସନ୍ତ କୁମାର ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବସନ୍ତ କୁମାର ପ୍ରଧାନ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦାସ୍ଥିତ ହରିହରପୁରର ବାସିନ୍ଦା । ସେ ପେଶାରେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟରତ, ମାତ୍ର ନିଶା ତାଙ୍କର କବିତା ଲେଖିବା । ତାଙ୍କ ରଚିତ ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।