You are currently viewing କ୍ରାନ୍ତି ଫେରେ
Kranti Phere (କ୍ରାନ୍ତି ଫେରେ) Odia Poem by Sarmistha Malla on Netaja Jayanti (ନେତାଜୀ ଜୟନ୍ତୀ)

କ୍ରାନ୍ତି ଫେରେ

କ୍ରାନ୍ତି ଫେରେ, ରକ୍ତ ଝରେ
ପବନ ହିଲ୍ଲୋଳେ, ସାଗର ତରଙ୍ଗେ
ନିନାଦିତ ହୁଏ, କଲ୍ଲୋଳିତ ହୁଏ
କ୍ରାନ୍ତି ଫେରେ, ରକ୍ତ ଝରେ ।

ବିର ରକ୍ତେ ହୋଇଛି ଗଢ଼ା
ଦେଶ ଭକ୍ତିରେ ତୁମ ପ୍ରାଣ ହୋଇଛି ସଜଡ଼ା
ସ୍ୱାଧୀନତା ସଂଗ୍ରାମେ ତୁମ ବଳିଦାନ
କ୍ରାନ୍ତି ପାଇଁ ନେଇଛ ଶପଥ ।

ତାତିଛ ତୁମେ, ତତାଇଛ ତୁମେ
ଦୁର୍ଗମ ଗିରିର ଦୁର୍ଗ ପ୍ରାଚୀର ଭାଙ୍ଗି
ରକ୍ତ ଦେଇ ତୁମେ ଦେଇଛ ଶକ୍ତି
ତୁମେ ଆମ ପ୍ରିୟ ନେତାଜୀ ।

ମାନିନାହଁ ତୁମେ କଣ୍ଟାର ବାଡ଼
ବଦଳାଇ ଯୁଦ୍ଧର ମୋଡ଼
ଭାଙ୍ଗି ସବୁ ବନ୍ଧବାଡ଼
ନେତାଜୀ, ତୁମେ ଆମ ସୁଖଶାନ୍ତିର ଜଡ଼ ।

ମୁକ୍ତି ପାଇଁ ଯେବେ କ୍ରାନ୍ତି ଫେରେ
ବିର ଯବାନର ରକ୍ତ ଝରେ
ମୈତ୍ରୀ ପାଇଁ ମଶାଲ ଜଳେ
ବିର ଶହୀଦର ଚିତା ଜଳେ ।

ନେତାଜୀ ଜୟନ୍ତୀର ପୁଣ୍ୟ ତିଥିରେ ପୁଣ୍ୟାତ୍ମାଙ୍କୁ ଶତଶତ ନମନ 🙏🙏🙏

– ଶର୍ମିଷ୍ଠା ମଲ୍ଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶର୍ମିଷ୍ଠା ମଲ୍ଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।