କେଉଁଠୁ ଆସିଛୁ ଆଗେ ମୋ ରୂପସୀ
କିମିଆ କଲା ତୋ’ ହସ
ଖୋଲା ଆକାଶରେ ସୂର୍ଯ୍ୟ, ଚନ୍ଦ୍ର, ତାରା
ଦେଖେଇ ଦେଲା ତୋ’ ସ୍ପର୍ଶ ॥
ସେ ଦିନର ରାତି ସେ ମଧୁ ପ୍ରୀତି
ପାସୋରି ନ ଯାଏ ମନୁ
ଥୁଣ୍ଟା ବରଗଛେ କୋଇଲିର ଡାକ
ଲାଗେ ସତେ ପ୍ରେମ ବେଣୁ ॥
ନା ଅଛି ସେ ରାତି ନା ଅଛି ପ୍ରୀତି
ଖୋଜିଲେ ପାଉନି ସ୍ମୃତି
ଚାହିଁକି ବସିଛି ସେ ଥୁଣ୍ଟା ଗଛ
ପ୍ରୀତିର ପରଶ ପାଇଁ ॥
– ସର୍ଜନ କୁମାର ସାହୁ