You are currently viewing ବାବା
Odia Poem Baba (ବାବା) by Sonali Bindhani

ବାବା

ଲୋଡ଼ା ଥିବା ଜିନିଷକୁ
ଯିଏ ଖୋଜି ଆଣିଦିଏ
ସେହି ଶବ୍ଦ ହେଉଛି ବାବା

ଭାଙ୍ଗି ଯାଇଥିବା ଜିନିଷକୁ
ଯିଏ ଗଢ଼ି ଆଣିଦିଏ
ସେହି ଶବ୍ଦ ହେଉଛି ବାବା ।

ନିଛାଟିଆ ରାତିରେ
ଯିଏ ଛୋଟ ଦୀପଟିଏ ଜାଳି
ସାହାସ ଆଣିଦିଏ
ସେହି ଶବ୍ଦଟି ହେଉଛି ବାବା ।

ଦୁଃଖରେ ଭାଙ୍ଗିପଡ଼ିଲେ
ଯିଏ ପିଠା ଥାପୁଡ଼େଇ ଦେଇ କୁହେ
ମା’ଲୋ ବ୍ୟସ୍ତ ହଅନା
ସେହି ଶବ୍ଦଟି ହେଉଛି ବାବା ।

ପାଖରେ ପଇସା ନଥିଲେ ବି
ଯିଏ କୁହେ ସରଗରୁ ଚାନ୍ଦ ଆଣିଦେବି
ସେହି ଶବ୍ଦଟି ହେଉଛି ବାବା ।

ସବୁ କଷ୍ଟ, ସବୁ ଦୁଃଖକୁ
ସେହି ମୁରୁକି ହସ ପଛରେ ଚାପି
ଛାତିକୁ ପଥର କରି ଯିଏ ଜାକି ଦିଏ
ମା’ ଲୋ
ସେହି ଶବ୍ଦଟି ହେଉଛି ବାବା ।

– ସୋନାଲି ବିନ୍ଧାଣୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୋନାଲି ବିନ୍ଧାଣୀ ବୃତ୍ତିରେ ଜଣେ ଅଧ୍ୟାପିକା ଏବଂ ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।