You are currently viewing ଯୁବକ୍ରାନ୍ତିର ମଶାଲ
Odia Poem Jubakrantira Masal (ଯୁବକ୍ରାନ୍ତିର ମଶାଲ) by Dinabandhu Bej

ଯୁବକ୍ରାନ୍ତିର ମଶାଲ

ଯୁବକ୍ରାନ୍ତିର ମଶାଲ
ସଂସ୍କୃତି ପରମ୍ପରାର ଠିକଣା,
ଦିଗନ୍ତ ପ୍ରସାରୀ ଡେଣା
ପ୍ରାଚ୍ୟରୁ ପାଶ୍ଚାତ୍ୟକୁ କଲ ଉଡ଼ାଣ ।

ଧର୍ମ ଧାରଣର ଉର୍ଦ୍ଧ୍ୱରେ
ବିଶ୍ଵବାସୀଙ୍କୁ କରାଇ ସ୍ମରଣ
ଅନୁଭବ କରାଇଲ ହିନ୍ଦୁତ୍ଵର
ଗଭୀରତା ଓ ଗାଢ଼ତା
ଧର୍ମ ସଂସ୍ଥାପନର ଖମ୍ବ ମଜବୁତ
କରାଇଲ ସ୍ୱାମୀ ବିବେକାନନ୍ଦ ।

ଯୁବକ୍ରାନ୍ତି କଲ ବିଶ୍ଵ ଆଧ୍ୟାତ୍ମକୁ
ମହାକୁମ୍ଭ ମଧ୍ୟରେ ସୂର୍ଯ୍ୟସ୍ନାନ,
ହେ ଯୁବ ପ୍ରତିଭାର ଆଦ୍ୟ ପ୍ରଣମ୍ୟ
ଜାତୀୟ ଯୁବ ଦିବସରେ
ତୁମ୍ଭକୁ କରୁଛି ଶତକୋଟି ନମନ ।

– ଦୀନବଂଧୁ ବେଜ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦିନବନ୍ଧୁ ବେଜ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।