You are currently viewing ମଣିଷ
Odia Poem Manisa (ମଣିଷ) by Sujata Dash

ମଣିଷ

ମଣିଷ ଭାବେ ସେ ସବୁଠୁ ଚାଲାକ
ସବୁକିଛି କରିବା ଉପଭୋଗ
ବ୍ୟବହାର କରିବ ମୂଲ୍ୟବାନ ଦ୍ରବ୍ୟ
ବିଳାସମୟ ଆସବାସ
ସବୁଠୁ ଗୁରୁତ୍ଵପୂର୍ଣ୍ଣ
ବ୍ୟବହାର କରିବ ମଣିଷ ଜୀବନ
ଏମିତି କରିବ ବ୍ୟବହାର
ପାରିଶ୍ରମିକଠୁ ବେଶୀ କରେଇବ
ଯେଉଁଦିନ କାମ ସରିଯିବ
ଫୋପାଡ଼ିଦେବ
ଯେମିତି ପୁରୁଣା ଲୁଗା
ପୁରୁଣା ମୋବାଇଲ କି ପୁରୁଣା ବହି
ବ୍ୟବହାର କରିବା ମଣିଷ ଜୀବନ
ତା’ର ବୁଦ୍ଧି, ଶିକ୍ଷା ଓ କାର୍ଯ୍ୟଦକ୍ଷତା
ଯାହା ଆଦେଶ ଦେବ
ପାଳନ କରିବା ଅକ୍ଷରେ ଅକ୍ଷରେ
ଯେତେ କଷ୍ଟ ହେଲେ ବି ଜୀବନୀ କୁଆଡ଼େ
କାରଣ ଏହା ହିଁ ତା’ର ଅସ୍ତିତ୍ଵ
ସଂସାର ଚାଲେ ତା’ର ଏହି ସ୍ୱଳ୍ପ ଦରମାରେ
ମଣିଷ ହେଲେ ବେ ସେ ବସ୍ତୁ ସମାନ
ତା’ର ନାହିଁ ଅଧିକାର
ନାହିଁ ତା’ର ଇଚ୍ଛା କି ଅଭିଳାଷା
ନାହିଁ ତା’ର ଉଚ୍ଚ ସ୍ଥାନରେ ବସିବାର ଅଧିକାର
ଏପରି କେବଳ ମଣିଷ ହିଁ କରିପାରେ
ପଶୁ ମାନେ ହିଂସ୍ର, ବିଷକ୍ତ ନହେଲେ ସରଳ
କିନ୍ତୁ ମଣିଷ ସ୍ଵାର୍ଥପର ।

– ସୁଜାତା ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଜାତା ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।