You are currently viewing ଦୁଃଖ ବି ଏମିତି
Odia Poem Dukha Bi Emiti (ଦୁଃଖ ବି ଏମିତି) by Tapan Kumar Sahu

ଦୁଃଖ ବି ଏମିତି

ଏବେ କେହି କହିଲା ଶୁଣୁଛି ମୁଁ
ଦେବ ଦହନାର ପ୍ରେମରେ
ଆମ ଗାଁ ରାସ୍ତା ବେଶ ଚଳଚଞ୍ଚଳ ହେଇ ଉଠୁଛି ॥

ଲୁଟା ଗଦାର ନିର୍ବାକ ପ୍ରେମିକ ବି
କୁନ୍ଥେଇ ଶୋଇପଡ଼ିଛି
ସକାଳ ପାହିବା ବେଳକୁ
ନା ଥିବ ମୁକ୍ତା ନା ମୁକ୍ତିର ଭୟ ॥

ଭୂଇଁ ଲିମ ଲତାଟା କେଜାଣି ହଜିଛି ଯେ ହଜିଛି
ତାକୁ ବା କାହାର ଭୟ
ଖୋଜା ଚାଲିଛି କଟୋକୁଆଳି
ରାମ୍ପୁଡ଼ା ହେବ ଫୁଲ ଦେହ
ଟିକିଏ ପ୍ରେମ ପାଇଁ
କିଛି ସ୍ୱପ୍ନ ପାଇଁ
ଆଉ କାହା ପେଟ ପାଇଁ ॥

ଭୋକ, ବାସ୍ନା, ଆଉ ମାଡ଼କୁ ନେଇ
ଏଇ ଦେଉଳ
ହୃଦୟ ବି ପଥର
ପଥର ଦେହରେ ସିନ୍ଦୁର ଆଉ ଅଳତା
ଆତ୍ମୀୟତାର ଚରିତ୍ର ଖୋଜାରେ
ଅନେକ ଘର ଭାଙ୍ଗି ସାରିଛି… ॥

– ତପନ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତପନ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।