You are currently viewing ଦୀପ ଶିଖା
Odia Poem Dipa Shikha (ଦୀପ ଶିଖା) by Sushree Sangita Sethy

ଦୀପ ଶିଖା

ଦୀପ୍ତି ରେଖା ଉଜ୍ୱଳ ଜ୍ୟୋତି ଶିଖା
ପ୍ରଜ୍ୱଳିତ ଆଜି ଘରେ ଘରେ
ଅନ୍ଧକାର ଛାୟା ଅପସରି ଲୀନ
ଆଲୋକ ରଶ୍ମି ଗର୍ଭରେ ।

ଦାଣ୍ଡ ଅଗଣା ସୁସଜ୍ଜିତ ଆଜି
ସପ୍ତରଙ୍ଗୀ ମୁରୁଜ ବିଞ୍ଚା ହୋଇ
ଖୁସି ମଉଜର ସମାଗମ ହୁଏ
ଗୃହେ ଆଲିଙ୍ଗନ ଦେଇ ।

ପିଠାପଣାର ଭୂରି ଭୂରି ବାସ୍ନା
ବାଣ୍ଟେ ଦୀପାବଳି ଶୁଭେଚ୍ଛା
ପ୍ରାଣରୁ ଉଦର ବାସ୍ନାରେ ଭରି
ବଢ଼ାଏ କ୍ଷୁଧାର ଇଛା ।

ଆରିସା, କାକରା, ମଣ୍ଡା ଆଉ କ୍ଷୀରି
ସଜାନ୍ତି ପୂଜା ପସରା,
ବଡ଼ବଡ଼ୁଆଙ୍କୁ କରି ନିମନ୍ତ୍ରଣ
ବଢ଼ାନ୍ତି ଶୋଭା ଦ୍ଵିଗୁଣ ।

ଦଶ ଦିଗ ହୁଏ ଉତ୍‌ଫୁଲ୍ଲ ଆଜି
କୋଳାହଳେ ପଡ଼େ ଫାଟି
ହିନ୍ଦୁ ସଂସ୍କୃତିର ପରିଚୟ ଦେଇ
ଗରବେ ଫୁଲାଏ ଛାତି ।

ଭୁଲାଇ ସବୁ ମାନ ଅଭିମାନ
କୋଳାଗ୍ରତ କରିନିଏ,
ପ୍ରଜ୍ୱଳିତ କରେ ହୃଦୟେ ସ୍ନେହ
ପର୍ବର ମାହାତ୍ମ୍ୟ ଇଏ ।

ସଭିଙ୍କୁ କୋଳାଇ ଆପଣାର କରି
ବଞ୍ଚିବା ଜୀବନ ରେଖା
ନିଜେ ଜଳି ଅନ୍ୟକୁ ଆଲୋକ ବାଣ୍ଟିବା
ଶିକ୍ଷା ଦିଏ “ଦୀପ ଶିଖା” ।

ଆମ ସଂସ୍କୃତି ଆମ ପରମ୍ପରା
ଜୀବନର ଜ୍ୟୋତି ରେଖା ।
ଦୀପାବଳି ଜାଳି ସବୁ କଷ୍ଟ
ଢାଳିଦେଉ ସ୍ନେହ, ସୁରକ୍ଷା ।
ଶୁଭ ଦୀପାବଳି ।

– ସୁଶ୍ରୀ ସଙ୍ଗୀତା ସେଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।