prathama-prema

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ ସବୁବେଳେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାଏ ହୃଦୟ ଭିତରେ । ଅନେକ କୁହ‌ନ୍ତି ପ୍ରଥମ ପ୍ରେମକୁ ଭୁଲିବା କଷ୍ଟ । ମଣିଷର ସରଳ ଜୀବନ‌କୁ କେମିତି ଗୋଟେ ଅଙ୍କାବଙ୍କା ନଈର ଧାର ପରି ସଜେଇଦେଇଥାଏ ଏହି ପ୍ରେମ । ଏକ ସୁନ୍ଦର ଆକର୍ଷଣ ସ‌ହ କାହିଁ କେଉଁକାଳରୁ ଶୋଇରହିଥିବା ଏକ ବୀଜଟି ମନ ଭିତରେ ଫୁଟିଉଠିଥାଏ ପାଖୁଡ଼ା ମେଲି । ଜୀବନରେ ଅନେକଙ୍କ ସ‌ହ ଦେଖା ହୋଇଯାଇଥାଏ, ମାତ୍ର ସେ ନିଆରା ସୃଷ୍ଟି ହୋଇଯାଏ କାହାସ‌ହ ପ୍ରଥମ ଦେଖାରେ ।…

ଅଧିକ ପଢ଼ନ୍ତୁ
abujha-mana

ଅବୁଝା ମନ

ଅବୁଝା ମନ ସହରର ସୀମାନ୍ତରେ ଥିବା ଇନ୍ଫୋସିଟିର ଅଫିସ୍‌ରେ ବସି ବାରମ୍ବାର ଘଣ୍ଟାକୁ ଅନାଇ ଚାଲିଥାଏ ରାକେଶ, ଘଣ୍ଟାର କଣ୍ଟା ଯେତେ ଆଗେଇ ଯାଉଥାଏ ତା’ ମୁହଁରେ ଚିନ୍ତାଟା ସେତେ ସ୍ପଷ୍ଟ ବାରି ହେଇ ଯାଉଥାଏ । କାନ୍ଥ ଘଡ଼ିଟା ପାଞ୍ଚଟା ବାଜିବାର ସୂଚନା ଦେଲା । ପାଖରେ ବସିଥିବା ସହକର୍ମୀ ଅମର ପଚାରିଲା, “କିରେ ରାକେଶ କ’ଣ ହେଲା, ତୁ ଏତେ ବ୍ୟସ୍ତ କାହିଁକି ହେଉଛୁ?” ରାକେଶ କ‌ହିଲା, “ଦେଖୁନୁ ପାଞ୍ଚଟା ବାଜିଲାଣି, ଏ ପର୍ଯ୍ୟନ୍ତ ମୋର କାମ…

ଅଧିକ ପଢ଼ନ୍ତୁ
Ajana Shakti - Odia Story by Sushree Nayak

ଅଜଣା ଶକ୍ତି

ସବୁବେଳେ ଦେଖେ ବାପାଙ୍କୁ, ସେ ନିଜ କାମ ଚୁପଚାପ୍ କରିଦିଅନ୍ତି । ଆଉ ସବୁବେଳେ ଲାଗେ ବାପାଙ୍କୁ ସବୁ ଜଣା ଅଛି । ମୁଁ ଯଦି କେବେ ଡରିଯିବି, ଅସୁବିଧାରେ ପଡ଼ିଯିବି ବାପା ଅଛନ୍ତି । ଘରେ ବି ସମସ୍ତେ ଏମିତି ହିଁ ଭାବନ୍ତି, ଖାଲି ଘରେ କାହିଁକି ସମ୍ପର୍କୀୟ ମାନେ ବି । ଧୀରେଧୀରେ ବଡ଼ ହେଲି, ଆଉ ଦିନେ ହଠାତ ଭାବିଲି, ତାଙ୍କୁ କ’ଣ କେବେ ଡର ଲାଗେନି? ଏତେ ସାହସ କେଉଁଠୁ ମିଳେ ତାଙ୍କୁ? ବୋଉର ଦେହ ବହୁତ…

ଅଧିକ ପଢ଼ନ୍ତୁ
kukura-nyaya

କୁକୁର ନ୍ୟାୟ

ତ୍ରେତୟା ଯୁଗର କଥା । ରାଜା ରାମଚନ୍ଦ୍ର ବନବାସ ସାରି ଅଯୋଧ୍ୟାର ରାଜଗାଦିରେ ଏକ ଉତ୍ତମ ରାଜା ରୂପେ ଶାସନ କରୁଥାନ୍ତି । ପ୍ରଜା ବତ୍ସଳ ରାଜା ରାମଚନ୍ଦ୍ର ଏକ ନିୟମ କରିଥାନ୍ତି, ଯେପରିକି ଯେକୌଣସି ପ୍ରଜା ତାଙ୍କ ନିକଟକୁ ଯେକୌଣସି ସମୟରେ ନ୍ୟାୟ ପାଇବା ଉଦେଶ୍ୟରେ ଆସିପାରିବେ । ସେହି କାରଣରୁ ସେ ରାଜତ୍ୱର ନିକଟରେ ଏକ ବିଶାଳ ଘଣ୍ଟାର ସ୍ଥାପନ କରାଇଥିଲେ । ରାମରାଜ୍ୟରେ ସମସ୍ତ ପ୍ରଜା ସୁଖ ଶାନ୍ତିରେ କାଳାତିପାତ କରୁଥିଲେ, କେଉଁଠାରେ ବି ଚୋରି, ଦୁର୍ନୀତିର ଭୟ…

ଅଧିକ ପଢ଼ନ୍ତୁ
fashion-show

ଫେସନ ସୋ

ସମୟ ପାଞ୍ଚ ସାଢ଼େ-ପାଞ୍ଚ ହେବ । ନିଜର ନିତିଦିନିଆ କାମ ସାରି ବସ୍ତିକୁ ଫେରୁଥାଏ ସଲମାନ୍ । ମନରେ ଅସରନ୍ତି ଆନନ୍ଦ, ଆଜି ମାଲିକ ଖୁସି ହୋଇ ପୁରା ପଇସା ଦେଇଛି, ପଚାଶ ଟଙ୍କା । ଭଙ୍ଗା ବୋତଲ, ଭଙ୍ଗା ପ୍ଲାଷ୍ଟିକ୍, ଜରି, ପାଣି ବୋତଲ, ଛିଣ୍ଡା ପୋଷାକ ଆଦି ଯୋଗାଡ଼ କରି ଦୁଇ ଅଖା ଫୁଲ୍ କରିଥିଲା ଆଜି ସେ । ସେଥିପାଇଁ ମାଲିକ ଖୁସି ହୋଇ ତାକୁ ମଧ୍ୟ ଖୁସି କରିଥିଲା । ମନେ ମନେ ଆନନ୍ଦିତ ହୋଇ ଫେରୁଥିଲା ସେ ।…

ଅଧିକ ପଢ଼ନ୍ତୁ