ଚକ୍ରବ୍ୟୁହରେ ଅଭିମନ୍ୟୁ
ସାମାନ୍ୟ କଷ୍ଟରେ କଡ଼ ଲେଉଟାଇଲା ସୁଭଦ୍ରା । ସେଇ ଖଟରୁ ହାତ ବଢ଼ାଇ ଝରକା ପରଦା ଟେକି ଖୋଲିଦେଲା । ସୂର୍ଯ୍ୟକିରଣ ସତେଜ ହୋଇଆସିଲାଣି । କେତେସମୟ ହେବଣି କେଜାଣି? ମୋବାଇଲ ଦେଖିଲା ଆଠଟା ବାଜିଲାଣି । ହଉ ସେମିତିରେ ତ’ ସେ ଛୁଟିରେ ଅଛି, ବ୍ୟସ୍ତହେବାର କିଛି ନାହିଁ । ପେଟ ଉପରେ ଧୀରେ ହାତ ବୁଲାଇ ଆଣିଲା । ଆଜି କାହିଁ ଟିକେ ଅଧିକା କଷ୍ଟ ହେଉଛି । ହେଲେ ଡାକ୍ତର ଦେଇଥିବା ତାରିଖ ତ’ ଆହୁରି ସପ୍ତାହେ ଅଛି । ଗଲାଥର ଏମିତି ଯନ୍ତ୍ରଣାରେ…

