pakhala-diabasa-jojana

ପଖାଳ ଦିବସ ଯୋଜନା

ଗ ବାବୁ ଭାରି ଚିନ୍ତିତ, ଏଣେ ପଖାଳ ଦିବସ ପାଖେଇ ଆଇଲାଣି । ଯଦି ସିକ୍ରେଟ ମିଶନଟି ବାହାରକୁ ପ୍ରଘଟ ହେଇଯାଏ ତେବେ ଗଲା ଜାଣ, ଏହାର ଜିଆଇ ଟାଗ ବି ହାତରୁ ଚାଲିଯିବ । ପଡ଼ୋଶୀ ରାଇଜ ବାଲାଏ ଏଡ଼େବଡ଼ ନଦୀରେ ପୁଞ୍ଜାଏ ବନ୍ଧ ବାନ୍ଧି ଦେଲେ, ଆମେ ଟେର୍ ବି ପାଇଲୁନି ହେଲେ ଆମ ରସଗୋଲା ଜିଆଇ ଟିଆଗ ପାଇଁ ତୟାର ହଉ ହଉ ତେଣେ ଦିଦି ଖେଳ କରିଦେଲେ । ମୁମ କହିଛନ୍ତି ଖବରଦାର ଗ ବାବୁ,…

ଅଧିକ ପଢ଼ନ୍ତୁ
ati-lobha-bipada

ଅତି ଲୋଭ ବିପଦ

ଦେବଦତ୍ତ ନାମକ ଜଣେ ଗରିବ ବ୍ରାହ୍ମଣ ଏକ ଗାଁରେ ବାସ କରୁଥିଲେ । ସେ ଠାକୁର ପୂଜାର୍ଚ୍ଚନା ଓ ପୁରାଣପାଠ ଆଦିରୁ ଯାହା ରୋଜଗାର କରୁଥିଲେ, ଚଳିବାକୁ କଷ୍ଟ ହେଉଥିଲା । ଏହା ସହିତ ତାଙ୍କର ଅଳ୍ପ ଚାଷ ଜମିରୁ ଆୟ ମିଶି ଯାଉଥିଲା । ହେଲେ ବ୍ରାହ୍ମଣ ଜଣକ ଭାରି ଈଶ୍ୱର ବିଶ୍ୱାସୀ ଥିଲେ । ସେହି ବ୍ରାହ୍ମଣଙ୍କର ଚାଷଜମି ହୁଡ଼ାରେ ଏକ ବିରାଟ ବୃକ୍ଷମୂଳେ ଉଈ ହୁଙ୍କାଟିଏ ଥାଏ । ଜମିରେ କାମ କଲାବେଳେ ହାଲିଆ ହୋଇ ବେଳେବେଳେ ବ୍ରାହ୍ମଣ ଏହି…

ଅଧିକ ପଢ଼ନ୍ତୁ
କର୍ମ ଛୋଟ ନୁହେଁ କି ବଡ଼ ନୁହେଁ

କର୍ମ ଛୋଟ ନୁହେଁ କି ବଡ଼ ନୁହେଁ

ସୁଦୂର ପ୍ରସାରୀ ଅଞ୍ଚଳର ଏକ ଗାଁ । ଗାଁ’ର ନାମ ମୁକୁନ୍ଦପୁର । ଗାଁରେ ରହୁଥିଲେ ଭାସ୍କର ବାବୁ । ଭାସ୍କର ବାବୁଙ୍କର ଗୋଟେ ବୋଲି ପୁଅ ଥିଲା, ରମେଶ । ଭାସ୍କର ବାବୁ ସବୁବେଳେ ତା ପାଇଁ ଚିନ୍ତିତ ରହୁଥିଲେ, କାରଣ ତାଙ୍କର ପୁଅ କିଛି କର୍ମ ଧନ୍ଦା କରୁନଥିଲା । ସେ ଯେଉଁ କାମ ବି କରେ, କିଛି ଦିନ ପରେ ସେ ସବୁରେ ତା’ର ମନ ଲାଗେନି । ତେଣୁ ସେ କୌଣସି କାମରେ ତିଷ୍ଠି ରହିପାରେ ନାହିଁ । ଏମିତିରେ ସେ…

ଅଧିକ ପଢ଼ନ୍ତୁ
କିଛି ପ୍ରଶ୍ନ ଏ ସମାଜକୁ

କିଛି ପ୍ରଶ୍ନ ଏ ସମାଜକୁ……?

ବେବିନା, ନିର୍ଭୟା, ଇତିଶ୍ରୀ, ସୁଜାତା, ତପସ୍ୱିନୀ ଆଉ ଏବେ ସସ୍ମିତା । କିଏ ଜାଣିଲା କାଲି ଆଉ କାହା ନାଁ ଯୋଡ଼ାହେବ ଏ ତାଲିକାରେ । ଦୀଲ୍ଲୀର ନିର୍ଭୟା, ଖରୀନାସୀର ସୁଜାତା, ରାୟଗଡ଼ା ଡେଲାଙ୍ଗର ଇତିଶ୍ରୀ,ଏବେ କୁନ୍ଦୁଲିର ସସ୍ମିତା । ହୁଏତ କାଲି ଆମ ଗାଁ, ଆମ ସହର ସାଥିରେ ଆମ ନାଁ ବି ବାହାରିବ ଖବରକାଗଜରେ, ପ୍ରଚାରିତ ହେବ ଦୂରଦର୍ଶନରେ । ଆଉ ଆମେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଯିବୁ ଛକରେ, ଦୋକାନରେ, ରାସ୍ତାଘାଟରେ । ଏମିତି ଅନେକ ସ୍ଥାନରେ । ଆଠଦିନ ପନ୍ଦରଦିନ ଚର୍ଚ୍ଚା…

ଅଧିକ ପଢ଼ନ୍ତୁ
saheb-somesh-ra-anta-jwala

ସାହେବ ସୋମେଶର ଅନ୍ତର୍ଜ୍ୱାଳା

ସୋମେଶ୍ ଭାବୁଛି ! କ’ଣ କରିବ? କୁଆଡେ଼ ଯିବ? ଏମିତି ହାତ ଉପରେ ହାତ ଧରି ବସିଲେ ତ’ ସମସ୍ୟାର ସମାଧାନ ହେବନି । ତା’କୁ କିଛି ଗୋଟିଏ କରିବାକୁ ପଡ଼ିବ । ଘର ଭିତରୁ ମା’ଙ୍କ ଖୁଁ ଖୁଁ କାଶିବାର ଶବ୍ଦ ଭାସି ଆସୁଛି । ବଡ଼ ଭଉଣୀଙ୍କୁ ତିରିଶି ପୁରି ଏକତିରିଶି ଚାଲିଲାଣି ତଥାପି ବାହାଘର ହେଇ ପାରୁନି । ଭଉଣୀ ଯେ ତା’ର ଅସୁନ୍ଦରୀ ସେ କଥା ନୁହେଁ । ରୂପରେ ଗୁଣରେ କେହି ବି ବାଛି ପାରିବେନି । ଗୋଟିଏ ଚାଉଳରେ…

ଅଧିକ ପଢ଼ନ୍ତୁ