ସ୍ନେହାଶ୍ରିତ ଦେବତା
ଜହ୍ନାଲୋକରେ ଆଲୋକିତ ହୋଇଯାଇଥିବା ସେଦିନର ରାତି ଯେପରି ଏକ ବିଶାଳ ପରିବର୍ତ୍ତନ ଆଣିଥିଲା ସତ୍ୟଦେବଙ୍କ ପାଇଁ । ନୂଆ ଆଶାର ଆଲୋକକୁ ନେଇ ଏକ ସୁନ୍ଦର ପଥର ପଥିକଟିଏ ହୋଇଗଲେ ସେ । ପିତାଙ୍କ ଚରଣ ତଳେ ଶୋଇଯିବା ପରେ ଆଖିରୁ ବହିଯାଉଥିବା ଲୁହ ଯେମିତି ମରୁଭୂମି ପାଲଟି ଯାଇଥିଲା । ଜୀବନର ଚଲାପଥ ଏମିତିବି ହୋଇପାରେ ବୋଲି ସତ୍ୟଦେବ ଅନୁଭବ କରି ଏକ ନୂଆ ଜୀବନଟିଏ ଆରମ୍ଭ କରିଥିଲେ । ଗ୍ରୀଷ୍ମର ପ୍ରକୋପରେ ଗାଁ ଶେଷମୁଣ୍ଡରେ ଥୁଣ୍ଟା ହୋଇଯାଇଥାଏ ବରଗଛଟିଏ । ବରଗଛରୁ…

