Odia Story Marana Mo pain Sreya by Anasuya Panda

ମରଣ ମୋ ପାଇଁ ଶ୍ରେୟ

ବିକଟାଳ ଶବ୍ଦ କରି ଆମ୍ବୁଲାନ୍ସଟା କଲୋନୀ ଭିତରକୁ ମାଡ଼ି ଆସୁଥିଲା । ପଛକୁ ପଛ ଦଶ ବାରଟି କାର୍ ଆଉ କେତେଗୁଡ଼ିଏ ବାଇକ୍ ଆପାର୍ଟମେଣ୍ଟ ଆଗରେ ଆସି ପହଞ୍ଚିଗଲା । କମ୍ପିଉଠିଲା କମ୍ପାଉଣ୍ଡଟି । ସାମ୍ନାରେ ମାରୁଆଡ଼ି ଭୋଜନାଳୟ । ଚୌଧୁରୀ ବାବୁ କାନ୍ଦି କାନ୍ଦି ଗଡ଼ି ଯାଉଥାନ୍ତି । ଚୌଧୁରୀ ବାବୁଙ୍କ ବାପା ବାଲକୋନିରୁ ପଡ଼ି ଯାଇଛନ୍ତି । ମୁଣ୍ଡ ଫାଟି ଯାଇଛି । ଆଖିପତାରେ ବହୁତ ଆଘାତ ଲାଗିଛି । ନାକରୁ ରକ୍ତ ବାହାରୁଛି…

ଅଧିକ ପଢ଼ନ୍ତୁ
Odia Story Media (ମିଡିଆ) by Rojalin Beehra

ମିଡିଆ

ସେଦିନ କିଛି ଏନଜିଓ ବାଲା ଗୋଟିଏ ନିମନ୍ତ୍ରଣ ପତ୍ର ନେଇ ନିଉଜ ଚ୍ୟାନେଲ ଅଫିସରେ ପହଞ୍ଚିଲେ… ଏନଜିଓ ବାଲା: ସାର, ଆମେ “ଅସହାୟର ବନ୍ଧୁ” ସାମାଜିକ ସଂଗଠନରୁ ଆସିଥିଲୁ । ଚ୍ୟାନେଲ ହେଡ଼: ଆଜ୍ଞା କୁହନ୍ତୁ, ଏନଜିଓ ବାଲା: ସାର, ଆସନ୍ତା ୧୨ ତାରିଖ ଦିନ ଆମ ସଂଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି, ଆପଣମାନଙ୍କର ଉପସ୍ଥିତ ଏବଂ ବହୁଳ ପ୍ରସାରଣ ଦ୍ୱାରା ଆମେ ବିଶେଷ ଉପକୃତ ହେବୁ । ଚ୍ୟାନେଲ ହେଡ୍: ଦେଖନ୍ତୁ…

ଅଧିକ ପଢ଼ନ୍ତୁ
Odia Story Jeje Nati Jodi (ଜେଜେ ନାତିର ଯୋଡ଼ି) by Jharana Pradhan

ଜେଜେ ନାତିର ଯୋଡ଼ି

“ଆରେ ସୁକୁଟା ! କୁଆଡ଼େ ଗଲୁ !” ପାଟି କରି ଡାକ ପକାଉଥାନ୍ତି ଜେଜେ । ସେପଟୁ ସ୍ପନ୍ଧନ ପାଟି କରି ଉଠିଲା, “କଣ ଯେ ଜେଜେ, ମୋର ଏତେ ଭଲ ନାଁ ବାପାବୋଉ ରଖିଛନ୍ତି ତମେ କିନ୍ତୁ ସୁକୁଟା ଡାକି ପୁରା ନାଁ ଖରାପ କରିଦେଉଚ । ସେଇଟା ବି ବଡ଼ ପାଟିରେ ପୁରା ଗାଁ ସାରା ଲୋକ ଶୁଣିଲା ଭଳି ଡାକୁଚ । ଜେଜେମା ଭଳି କାହ୍ନୁ ହେଲେ ଡାକ । କେଡ଼େ ସୁନ୍ଦର…

ଅଧିକ ପଢ଼ନ୍ତୁ
Odia Story Karuna (କରୁଣା) by Biswanath Kinkar Rout

କରୁଣା

ସକାଳ ୧୦ଟା । ରମାକାନ୍ତ ସାରେ ପିଲାଙ୍କୁ ପଢ଼େଇ ସାରି ଉଠିଲେ । ବିଛଣାରେ ବସିବାକୁ ଯାଉଛନ୍ତି କି ରୋଷେଇ ଘରୁ ଘରଣୀଙ୍କ ଆବାଜ୍ ଆସିଲା, “ରୁଟି ଦେଇ ଦେବିକି ଖାଇବାକୁ?” ସାରେ କହିଲେ, “ରୁହ ଟିକେ ଗଡ଼ି ପଡ଼େ, ଏତେ ଶୀଘ୍ର କାହିଁକି !” “ଶୁଣ ଖାଇ ସାରିଲେ ପରିବା ଆଣିବାକୁ ଯିବ । ବେଶୀ ଲେଟ୍ ହେଲେ ଭଲ ପରିବା ସବୁ ସରିଯିବ, ଶେଷରେ ଶୁଖିଲା ପୋକା ପଚା ପରିବା ମିଳିବ ।” “ହଁ…

ଅଧିକ ପଢ଼ନ୍ତୁ
Odia Story Ghanta Tarakari (ଘାଣ୍ଟ ତରକାରୀ) by Janmajaya Nayak

ଘାଣ୍ଟ ତରକାରୀ

(୧) ଆମ କଲୋନୀର ସବୁଠାରୁ ପ୍ରିୟ ନାମ ଶାନ୍ତି ମାଉସୀ । ପିଲା ଠୁଁ ବୁଢ଼ା ସବୁରି ମୁହଁରେ ତାହାରି ପ୍ରଶଂସା । ପାକୁଆ ପାଟିରେ ଲହଡ଼ିଭାଙ୍ଗୁଥାଏ ଖିଲିଖିଲି ହସ । ସେନେହ ଶିକୁଳିରେ ସମସ୍ତଙ୍କ ମନକୁ ବାନ୍ଧି ରଖିଥାଏ ସେ । ମହମହ ବାସନା ଛୁଟିଆସୁଥିଲା ଶାନ୍ତି ମାଉସୀ ଘରୁ । ସେ ବାସନାରୁ କେଉଁ ଗୋଟିଏ ଆପଣାପଣର ଅନୁଭବ ଭାସିଆସୁଥିଲା । ସହରୀ ସଭ୍ୟତାର ଚାକଚକ୍ୟ ଭିତରେ ସେ ବାସନା ପୂର୍ଣ୍ଣଚ୍ଛେଦ ଟାଣି ଗାଁ…

ଅଧିକ ପଢ଼ନ୍ତୁ