ପ୍ରେମ… ଆକ୍ଷରିକରୁ ଆପେକ୍ଷିକ
ପ୍ରେମ…ଶବ୍ଦ ଏକ ମନସ୍ତାତ୍ତ୍ୱିକ ଆଲୋଡ଼ନର, ଚେତନାରୁ ଦିବ୍ୟ ଆଚରଣକୁ ରୂପାନ୍ତରଣର । ନିଃସ୍ୱାର୍ଥପର ସମ୍ପର୍କ ସ୍ଥାପନରେ ଏକ ବିଭୁଦତ୍ତ ଅମୃତତୁଲ୍ୟ ଉପାଦାନ । ଏକ ଚିରସ୍ରୋତା ନିର୍ଝରିଣୀ ପରି ଅପରିବର୍ତ୍ତିତ ତା’ର ଅବୟବ ଏବଂ ଦୃଷ୍ଟିକୋଣ । ସୁଶୀତଳ ସୁମଧୁର ଜଳରାଶିର ମନ୍ତ୍ରମୁଗ୍ଧ କଳକଳ କବିତାର ଗାନ, ହେଉ ଉତ୍ତପ୍ତ ମରୁଭୂମିଟିଏ, କଠିନ ପ୍ରସ୍ତର ପ୍ରାନ୍ତର ଅବା ଚିରସବୁଜ ସମତଳ ଭୂମି । ସମସ୍ତ ଉପେକ୍ଷା, ତିରସ୍କାର, ଅପମାନ, ଅଭିମାନ, ଦୁଃଖ, ଗ୍ଳାନି କ୍ଷଣିକେ ଅସ୍ତିତ୍ୱ ହରାନ୍ତି…