ଅଣୁ ଭୌତିକ କାହାଣୀ
ହରିଶର ପିଲାବେଳୁ ଇଚ୍ଛା ଥିଲା ସେ ଗୋଟେ ଭଲ ସାମ୍ୱାଦିକ ହେବ । ସେଥିଯୋଗୁଁ ସେ ପ୍ରସ୍ତୁତି ବି ଆରମ୍ଭ କରି ସାରିଥିଲା । ଭାଗ୍ୟକୁ ଗୋଟେ ଛୋଟ ମାସିକ ପତ୍ରିକାର ସାମ୍ୱାଦିକ ଭାବେ ସେ କଟକରେ ହିଁ ନିଯୁକ୍ତି ପାଇଲା । ଦିନେ ପତ୍ରିକାର ସମ୍ପାଦକ ତାକୁ ଗୋଟେ ସତ୍ୟ ଭୌତିକ ଘଟଣା ଉପରେ ଗଳ୍ପ ଲେଖିବାକୁ କହିଲେ ଯୋଉଟାକି କି ସେ ନିଜେ ଅଙ୍ଗେ ନିଭେଇଥିବ । ଯଦିଓ ହରିଶ ସେମିତି କିଛି ଭୁତ ପ୍ରେତ ଉପରେ ବିଶ୍ୱାସ କରେନି;…

