Odia Story Grill Gate (ଗ୍ରିଲ୍ ଗେଟ୍) by Sailesh Pattnaik

ଗ୍ରିଲ୍ ଗେଟ୍

“ସିପୁନ, ଜଲ୍ଦି ଆସେ, ଦେଖେ ଗୋଟେ ଜିନିଷ”, ମାଆ ଦାଣ୍ଡ ଦୁଆରୁ ଡାକିଲେ । ମୁଁ ନେଟଫ୍ଲିକ୍ସରେ ସିନେମା ଦେଖୁଥିଲି, ଚିଡ଼ିକି କ‌ହିଲି, “ରହିଯାଅ ଟିକେ… ଏବେ ତ ପାଣି ଭର୍ତ୍ତି କରିବା ପାଇଁ ଡାକିଥିଲ !” ସେ ପୁଣି ଡାକିଲେ, “ଆରେ ଆସେ ଆସେ, ଘୋରି ଆସିଛି ବା !” ଘୋରି ଆମ ଆପାର୍ଟମେଣ୍ଟରେ ଥିବା ଗୋଟେ ବୁଲା କୁକୁର, ବୁଲା ବୋଲି ନ କ‌ହିଲେ ଚଳିବ । କୁକୁରଟି ଦେଖିବାକୁ ଏତେ ସୁନ୍ଦର ଯେ…

ଅଧିକ ପଢ଼ନ୍ତୁ
Odia Story Bhanga Silata (ଭଙ୍ଗା ସିଲଟ) by Janmajaya Panda

ଭଙ୍ଗା ସିଲଟ

ଅଦିନିଆ ବର୍ଷାଯୋଗୁଁ ନୁଆଁଣିଆ ଚାଳଘର ଭିତରେ ଚାରିଆଡ଼େ ପାଣି ପଡ଼ୁଥାଏ କାରଣ ୩ ବର୍ଷହେବ ଘର ଛାଆ ହୋଇନି । କାନ୍ଥରୁ ବି ମାଟି ଖସୁଛି ବର୍ଷାରେ ଭିଜି ଭିଜି । ଏପରି ବିପଦସଙ୍କୁଳ ସ୍ଥାନରେ ଛୁଆ ଦୁଇଟାକୁ ଧରି ରାତି କାଟିବାକୁ ସାବିତ୍ରୀ ଠିକ୍ ଭାବୁନଥାଏ, ମନକୁ ପାପ ଛୁଉଁଥାଏ । ହେଲେ ଏ ଝଡ଼ ବରଷା ରାତିରେ କୁଆଡ଼େ ଯିବ? କାହା ପିଣ୍ଢାରେ ଆଶ୍ରୟ ନେବ ଭାବୁଥାଏ । ମନରେ ସାହାସ ବାନ୍ଧି ୨ଟା…

ଅଧିକ ପଢ଼ନ୍ତୁ
Odia Poem Bastabata (ବାସ୍ତବତା) by Sarmistha Malla

ବାସ୍ତବତା

ଶୀତୁଆ ସନ୍ଧ୍ୟା… ଅଳସ ଅପରାହ୍ନର ସମୟ ପ୍ରାୟ ୪ଟା । ବାଲକୋନୀର ଦୋଳିରେ ଝୁଲି ଝୁଲି ସ୍ମୃତି ରୋମନ୍ଥନ କରୁଛି ଶିଳ୍ପା । ସରି ସରି ଯାଉଛି ଏକ ବର୍ଷ । ଆସୁଛି ଆଉ ଏକ ନୂତନ ଅଧ୍ୟାୟ । କିଛି ବର୍ଷ ତଳର ଘଟଣା । ନବବର୍ଷରେ ତା’ ପାଖକୁ ଆସିଥିଲା ଏକ ଲଫାଫା । ଯେଉଁଥିରେ ଥିଲା ନବବର୍ଷର ଏକ ଅଭିନନ୍ଦନ ପତ୍ର । ଅପ୍ରତ୍ୟାଶିତ ଏ ପତ୍ର ଥିଲା ତା’ ଜୀବନରେ ଏକ…

ଅଧିକ ପଢ଼ନ୍ତୁ
Odia Poem Premare Bandha Sara Jagata (ପ୍ରେମରେ ବନ୍ଧା ସାରା ଜଗତ) by Sudhanshu Shekhar Diwedi

ପ୍ରେମରେ ବନ୍ଧା ସାରା ଜଗତ

(ଲକଡାଉନରେ ଘଟିଥିବା ଏକ ସତ କାହାଣୀ) ଲକଡ଼ାଉନରେ ଗୋଟେ ସମାଜ ସହାୟକ ଗୋଷ୍ଠୀ ଗତ କେତେଦିନ ଧରି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଦ୍ୟ ବିତରଣ କରୁଥାନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ପ୍ରତିଦିନ ଗୋଟେ କୁକୁର ଆସି ଯେକୌଣସି ଲୋକ ହାତରୁ ଖାଦ୍ୟ ପ୍ୟାକେଟ ଝାମ୍ପିନେଇ ଦଉଡ଼ି ପଳାଏ । ଏଭଳି ପରିସ୍ଥିତି ଦେଖି ସହାୟକ ଗୋଷ୍ଠୀର ସଦସ୍ୟମାନେ ବଡ଼ ଚିନ୍ତାରେ ପଡ଼ିଲେ । କିଛି ଉପାୟ ନପାଇ ଦିନେ ସେମାନେ ଜଣେ ପୋଲିସ କର୍ମଚାରୀଙ୍କୁ…

ଅଧିକ ପଢ଼ନ୍ତୁ
Odia Story Bhinna Eka Sabitri (ଭିନ୍ନ ଏକ ସାବିତ୍ରୀ) by Arabinda Kumar Gupta

ଭିନ୍ନ ଏକ ସାବିତ୍ରୀ

ଚାରିମାସ ପୁର୍ବରୁ ସତିଆ ତେଲେଙ୍ଗାନାକୁ ଦାଦନ ଖଟି ଆସିଥିଲା କୋରୋନାର ପ୍ରଥମ ଲହରୀ ପରେ ପରେ, ଝାଟିମାଟି କୁଡ଼ିଆ ଘରେ ବୃଦ୍ଧ ମାଆବାପା, ଦୁଇ ଛୁଆ ଓ ସାବିକୁ ଛାଡ଼ି । କଣ୍ଟ ଥିଲା ସାବିତ୍ରୀ ବ୍ରତକୁ ଆସିବ ବୋଲି, ରାସନ୍ ଚାଉଳ ଓ ଅନ୍ୟାନ୍ୟ ଦରକାରୀ ସାମଗ୍ରୀ ବ୍ୟବସ୍ଥା କରି ବିଦାୟ ନେଇ । ଏପଟେ ସାବି ପରିବାରର ଅନ୍ୟ ଯାବତୀୟ ଖର୍ଚ୍ଚ ଭରଣା ପାଇଁ ପାଖ ପଡ଼ିଶାଘରେ ପାଇଟିକରି ସୁଖଦୁଃଖରକରି ଚଳେଇ ନେଉଥାଏ ।…

ଅଧିକ ପଢ଼ନ୍ତୁ