Odia Poem Asa Bulijiba Rathajatra (ଆସ ବୁଲିଯିବା ରଥଯାତ୍ରା) by Nibedita Mohapatra

ଆସ ବୁଲିଯିବା ରଥଯାତ୍ରା

ଅଣସର ପିଣ୍ତି ଲୀଳା ଗଲାଣି ସରି ଆଡ଼ପ ମଣ୍ତପକୁ ବିଜେ ହେବେ ଶ୍ରୀହରି ଭାଇ ଭଗ୍ନୀ ଦୁହିଁଙ୍କୁ ନିଜ ସାଙ୍ଗରେ ଧରି ନବଦିନ ପାଇଁ ଆଜି ଯିବେ ସେ ବାହାରି ॥ ଗୋପାଳ ବଲ୍ଲଭ ଖେଚୁଡ଼ିକୁ ଖାଇ ଦେଇ ରତ୍ନ ସିଂହାସନୁ ପ୍ରଭୁ ଆସିବେ ଓହ୍ଲାଇ ମଥାରେ ବନ୍ଧା ଫୁଲ ଟାହିଆକୁ ହଲାଇ ପହଣ୍ତି ବିଜେ କରିବେ କଳା ଗୋସାଇଁ ॥ ନନ୍ଦିଘୋଷେ ବିରାଜିତ ହେବେ ନୀଳମଣି ତାଳଧ୍ୱଜରେ ବସିବେ ଭାଇ ହଳପାଣି ଭାରି ଅଲିଅଳି ପରା…

ଅଧିକ ପଢ଼ନ୍ତୁ
Odia Poem Apekshare Sarbe (ଅପେକ୍ଷାରେ ସର୍ବେ) by Rashmimayee Pati

ଅପେକ୍ଷାରେ ସର୍ବେ

ଦେଇଥିଲୁ ପରା କଥା ମାଉସୀକୁ ବର୍ଷକୁ ଥରେ ଆସିବୁ ଆଠ ଦିନ ରହି ମାଉସୀ ପାଖରେ ଶ୍ରୀ ମନ୍ଦିର ବାହୁଡ଼ିବୁ – ୧ ଛ’ ତିଅଣ ଓ ନ’ ଭଜା କରି ଅପେକ୍ଷାରେ ମାଉସୀ ମା’ ଘୋଷ ଯାତ୍ରା ପରା ପାଖେଇ ଆସିଲା ଭୁଲିଲୁ କାଳିଆ ସୁନା – ୨ କଥା ଦେଇଥିଲୁ ଭକତ ଜନଙ୍କୁ ରଥରେ ବଡ଼ଦାଣ୍ଡରେ ଘଣ୍ଟ ଘଣ୍ଟା ସୁରେ ମଜ୍ଜିଯିବୁ ତୁହି ଦର୍ଶନ ତାଙ୍କୁ ଦେବୁରେ – ୩ ତୋର ସୃଷ୍ଟିକୁ ଦେଖିଦବୁ…

ଅଧିକ ପଢ଼ନ୍ତୁ
Odia Bhajan Guhari (ଗୁହାରି) by Kali Kumar Behera

ଗୁହାରି

ଅଣସର ବାସେ ରୁହ ବୋଲି ପ୍ରଭୁ କରିଛ କି ତୁମ୍ଭେ ମାନ । ସେ ଦୋଷରେ ତୁମ୍ଭେ କରି ରୋଷ ପ୍ରଭୁ ନେଉଛ କି ଆମ୍ଭ ପ୍ରାଣ? ତୁମରି ବିଧିର ବିଧାନକୁ ପ୍ରଭୁ କେ କରିବ ଆକଳନ । ଜୀବନ ମରଣ ଜୀବାତ୍ମାରେ ପୁନଃ ତୁମ୍ଭ ବିନା ନାହିଁ ଆନ ॥ ତୁମ୍ଭେ କର୍ତ୍ତା ଧର୍ତ୍ତା ଦଇବ ବିଧାତା ସର୍ବତ୍ର ଉଡ଼ୁଛି ବାନା ସେଥିଲାଗି ମୁହିଁ ତୁମରି ସମ୍ମୁଖେ ଗୁହାରୀ କରୁଛି ସିନା ॥ ବଞ୍ଚାଇ ଦିଅ, ପାରି କରି ନିଅ, ଆହେ…

ଅଧିକ ପଢ଼ନ୍ତୁ
Odia poem Hrudaya (ହୃଦୟ) by Smita Panda

ହୃଦୟ

ସ୍ୱପ୍ନ ସେ ଯାଦୁ ନଗରର ତାରା ଫୁଲ ସେ ଜହ୍ନ ରାଇଜର, ରେଶମୀ ସୁତା ହୁଏ ଉଡ଼ା ଭାବନାର ଛୋଟ ବିହଙ୍ଗଟି ସେ ପ୍ରଥମ ପ୍ରେମର ॥ କେବେ ପୁଣି ସାଜେ କୋହ ପ୍ରତାରଣାର ଭାଙ୍ଗିଯାଏ ମନ ତା’ର ସ୍ନେହ ମମତାର ଝୁରି ହୁଏ ସେ ଜୀବନ ଅତୀତର ଲିଭେଇବାକୁ ଚାହେଁ ଅଭୁଲା ସ୍ମୃତିର ଗ୍ରନ୍ଥାଗାର । ଏକାକୀ ଖୋଜି ବୁଲେ ସାହାରା ଖୁସିର ଶୂନ୍ୟତାରେ ମିଳେ ତାକୁ ମରୀଚିକା ମରୁଭୂମିର ପଥିକ ସାଜେ ସେ ଜନଶୂନ୍ୟ ପଥର ସାଥି…

ଅଧିକ ପଢ଼ନ୍ତୁ
Odia Poem Shunyatara Paribhasha (ଶୂନ୍ୟତାର ପରିଭାଷା) by Dr. Soumyabrata Panda

ଶୂନ୍ୟତାର ପରିଭାଷା

ଯଦି ଭାବୁଥାନ୍ତି ଆପଣ ଶୂନ୍ୟତାର ଅର୍ଥ ଯେ ଖାଲି ନୀରବତା ତେବେ କାଢ଼ିଦିଅନ୍ତୁ ଏ ଭାବନା ଆପଣଙ୍କ ମନରୁ କାହିଁକି ନା ହୃଦୟର ଗଭୀରତା ବି ହେଇପାରେ ଶୂନ୍ୟତାର ପରିଭାଷା…(୧) ମନର ଅବ୍ୟକ୍ତ ଭାବନାର ହୃଦୟର ଅଲୋଡ଼ା କାହାଣୀର ଭାଷା ଯେ ଶୂନ୍ୟତା କଥା କହିପାରୁନଥିବା ଜଣେ ଅସହାୟ ମଣିଷର ସାଥି ଏ ଶୂନ୍ୟତା…(୨) ଜଣେ ବିଫଳ ପ୍ରେମିକର ପ୍ରେମିକା ଯେ ଶୂନ୍ୟତା କିଛି ବିଷାଦ କିଛି ସ୍ମୃତିର ନଈ ଭାବନାର ଅଙ୍କାବଙ୍କା ପଥ ପୁଣି କେବେ…

ଅଧିକ ପଢ଼ନ୍ତୁ