Odia Poem Suna Sansara (ସୁନା ସଂସାର) by Santanu Kumar Rout

ସୁନା ସଂସାର

ସୁନାର ସଂସାର ଗଢ଼ିବା ଯେ ଆମେ ଦୁଇ ମନ ଏକ କରି ଖରା, ଛାଇ ରାସ୍ତା କରିବାରେ ଏକ ସୁଖ, ଦୁଃଖକୁ ଆଦରି….!! ଜୀବନର ମାନେ ଅବ୍ୟକ୍ତ ଜଞ୍ଜାଳ ଯନ୍ତ୍ରଣା ରହିବ ଘେରି ସେ ଯନ୍ତ୍ରଣାରୁ ଆମେ ସୁଖ ସାଉଁଟିବା ସାଉଁଟା ମୁକୁତା ପରି…!! କେତେ ବାଧା ବିଘ୍ନ ଆସିବ ଜୀବନେ ହୋଇବନି ନିରୁପାୟ ସବୁ ସମସ୍ୟାର ସମାଧାନ ତମେ ଉପାୟ ଦବ ସମୟ…!! ସମ୍ପର୍କ ସୁଦୃଢ଼ ରହିବ ଆମର ଜାଗି ରହିବ ବିଶ୍ୱାସ ଦୁହେଁ ଦୁହିଁଙ୍କର…

ଅଧିକ ପଢ଼ନ୍ତୁ
Odia Poem Maguni Etiki (ମାଗୁଣି ଏତିକି) by Anasuya Panda

ମାଗୁଣି ଏତିକି

କେମିତି ଗୋଟେ ଅଜବ ଡର ମନକୁ ଘାରୁଛି ବେଳେବେଳେ କେତେବେଳେ ଭାରି ହାଲୁକା ଲାଗୁଛି କରୋନା ଆଉ ଫେରିବନି ଇଟାଲୀ, ଫ୍ରାନ୍ସ୍, ଆମେରିକା, ଚୀନ ପରି ମୋ ଭାରତରେ ଯେଉଁଠି ସାରଥି ସ୍ଵୟଂ କୃଷ୍ଣ, ଜଗନ୍ନାଥ, କାଶୀ, ବଦ୍ରିନାଥ ସେଠି କ’ଣ କେବେ ହାରିବ ଭାରତ? ଯେଉଁଠି ସଂସ୍କୃତି ଗୀତା ଭାଗବତ ବାପା ଛତ୍ରଛାୟା ମା’ର ପଣତ କାନି ସେଠି ସବୁ ଆସି ହେବେ ପରାହତ କଳା ପାହାଡ଼ବି କେତେ ମାତିଥିଲା କେତେ ଆଶା ବାନ୍ଧି ସିକନ୍ଦର…

ଅଧିକ ପଢ଼ନ୍ତୁ
Odia Poem Maa (ମାଆ) by Janmajaya Nayak

ମାଆ

ସରଗ ସମ ପରା ତାହାର କୋଳ, ତାହାର ସେନେହ ଅଟଇ ଅମୂଲ । କେତେ ମିଠା କଥା ତାହାର ଅଟଇ, ତା’ ଆଶିଷେ ରିଷ୍ଟ ଯାଏ ଦୂର ହୋଇ । ସେ ଯେବେ ମୋ’ଠୁଁ ଦୂରରେ ରହିଥାଇ, ସକଳ କଥା ମୋତେ ପିତା ଲାଗଇ । ତା’ ଫେରିବା ବାଟକୁ ମୁଁ ରହେ ଚାହିଁ, ସର ଲବଣୀ ବି ମୋତେ ନ ରୂଚଇ । ରୋଗେ ମୁଁ ପଡ଼ିଲେ ତା’ ଆଖିରେ ଲୁହ, କୋଳେ ଧରିଥାଏ ମନେ…

ଅଧିକ ପଢ଼ନ୍ତୁ
Odia Poem Prema Mora Smasana Tulasi (ପ୍ରେମ ମୋର ଶଶ୍ମାନ ତୁଳସୀ) by Sukumar Panda

ପ୍ରେମ ମୋର ଶଶ୍ମାନ ତୁଳସୀ

ମନ ମୋହର ଶଶ୍ମାନର କଣ୍ଟକିତ ନୀରବତା ହୃଦୟର ଗଭୀରତା ଉପରେ ଜଳୁଛି ଚିତା ॥ ଆଶା ମୋର ମଳିନ ପଡ଼ିଛି ବିକ୍ଷିପ୍ତ ହୋଇ ଅନୁଭବ ମୋର ପାଉଁଶ ହୋଇଯାଇଛି ପବନରେ ମିଳେଇ ॥ ସ୍ମୃତି ଆଉ ଆତ୍ମିୟତାର ବିକଟାଳ ରଡ଼ି ବୁକୁଫଟା ବିଳାପର ଭାଙ୍ଗୁଥାଏ ଲହଡ଼ି ॥ କିନ୍ତୁ ପ୍ରେମ ମୋର ଏକ ଶଶ୍ମାନର ତୁଳସୀ ଅସ୍ଥିର ପବନରେ ଯାଏ ବାସ ତା’ର ମିଶି ॥ ଶଶ୍ମାନର ଶୂନ୍ୟତା ପୂର୍ଣ ଆଗରେ ତୁଳସୀ ପତ୍ରର କରୁଣ୍ୟ କାହାଣୀ…

ଅଧିକ ପଢ଼ନ୍ତୁ
Odia Poem Prema Optics (ପ୍ରେମ ଅପ୍ଟିକସ୍) by Chittaranjan Barik

ପ୍ରେମ ଅପ୍ଟିକସ୍

ପ୍ରେମ ଅପ୍ଟିକସ୍‌ରେ ତୋ’ ପ୍ରେମ ଠିକ୍ ଆଲୋକର ରଶ୍ମି ପରି, ଅନନ୍ତ ଦୂରରେ ଥିଲେ ବି ତୁ କେନ୍ଦ୍ରିତ ହୋଇଥାଉ ଏକ ବାସ୍ତବ ପ୍ରତିବିମ୍ବ ପରି, ଫୋକୋସ୍‌ରେ, ଅବତଳ ମନ-ଦର୍ପଣରେ । ନିକଟତର ହୋଇ ତୁ ଅସିଯାଉ ଯେବେ ମୋ ହୃଦ ବ୍ୟାସାର୍ଦ୍ଧ ମଧ୍ୟକୁ, ସୃଷ୍ଟି ହୁଏ ତୋ’ ଛଳନା ବୋଳା ପ୍ରତିବିମ୍ବ ମୋ ହୃଦୟର ପଛକୁ, ତୁ ହାରିଯାଉ, ଅବାସ୍ତବ ଓ ଆଭାସୀ ରଙ୍ଗରେ । ସବୁ ଭୁଲି ଯେବେ ପ୍ରତିଶୃତ କରିବାକୁ ଯାଏ ତୋ’…

ଅଧିକ ପଢ଼ନ୍ତୁ