ସ୍ୱପ୍ନ
ସ୍ୱପ୍ନ ଯାହା କିଛିକ୍ଷଣ ଅଟକାଇ ଦିଏ ନିଦ୍ରାର ସ୍ଥିତିକୁ, ସ୍ୱପ୍ନ ଯାହା ପୁଣି ଜାଗୃତ କରେ ଅକିଞ୍ଚନ ପରିଦୃଷ୍ଟିକୁ, ସୃଷ୍ଟି କରେ ଏକ ଉନ୍ମାଦ ଓଜସ୍ଵିନୀତାର ନିର୍ଣ୍ଣାୟକ ପାରିଚର୍ଯ୍ୟାର ଭାବଧାରାକୁ । ସ୍ୱପ୍ନ ଯାହା ଆନ୍ଦୋଳିତ କରେ ବିରହ ବ୍ୟର୍ଥାନାର ସମ୍ମୋହିନକୁ, ସ୍ୱପ୍ନ ଯାହା ପୁନଶ୍ଚ ଆବିର୍ଭାବ କରେ ପ୍ରସନ୍ନ ତା’ର ପ୍ରିୟଦର୍ଶୀକୁ, ସ୍ୱପ୍ନ ଯେ କେତେବେଳେ କାଦମ୍ୱିନୀର ସ୍ମୃତିପତ୍ରକୁ ସାଉଁଟିଥାଏ, ତ କେତେବେଳେ ବସନ୍ତର ପତ୍ରଝଡ଼ାରେ ଆତ୍ମୀୟଙ୍କ ବିଲୀନ ହେବାର କୋହ ଭରିଦିଏ, କେତେବେଳେ ଯେ ଗର୍ଭଜାତ…

