You are currently viewing ସମୟର ଗତି ପଥେ
ସମୟର ଗତି ପଥେ

ସମୟର ଗତି ପଥେ

ସମୟର ଗତିପଥ ସତେ ଅବା କେତେ କଣ୍ଟକିତ,
କିଏ ପହଞ୍ଚେ ଲକ୍ଷ୍ୟ ସ୍ଥଳରେ ତ,
କିଏ ରହିଯାଏ ଅଧ ରାସ୍ତାରେ,
ଜୀବନର ଝଡ଼ଝଞ୍ଜା ଭିତରେ
କେତେ ଖାଲ ଢିପ ଜଣାପଡ଼େନି,
ସମୟ ସହିତ ତାଳ ଦେଇ
ମାଡ଼ିଚାଲିଥାଏ ଆଗକୁ ଆଗକୁ,
ଜର୍ଜରିତ ଏଇ କଳେବର
ଚାହେଁନା କେବେ ହାରିବାକୁ,
ଜିତିବାର ପ୍ରବଳ ଆଗ୍ରହରେ ବଶୀଭୂତ ହୋଇ
ଚାଲିଥାଏ ନିର୍ଭୟରେ,
ବୁଝିପାରେନା କେହି ନୀରିଖେଇ
ଦେଖୁଛି ତା’ର ବ୍ୟକ୍ତିତ୍ୱକୁ,
କେବେ କେଉଁଠି ହୋଇଗଲେ ଟିକିଏ ଭୁଲ,
ହଠାତ୍ ତା’ ଉପରେ ଆଙ୍ଗୁଳି ଉଠିଯାଏ,
ଏବଂ କଳଙ୍କିତ ହୋଇଯାଏ ତା’ର ଜୀବନ,
କିନ୍ତୁ ତାହା ନୁହେଁ ଯେ
ହୋଇଯାଏ ସିଏ ପଥ ଭ୍ରଷ୍ଟ,
ସମୟର ଚକ୍ରବ୍ୟୁହରେ ସେ ହୋଇଯାଏ ପରିବର୍ତ୍ତନ,
ଆଉ ରହିଯାଏ ଏକ କଳଙ୍କ ହୋଇ, ଚିରଦିନ ପାଇଁ,
ତଥାପି ତାକୁ କଳଙ୍କିତ କରିବା ପାଇଁ
କେହି ପଛାନ୍ତି ନାହିଁ, ସତରେ,
ସମୟର ଗତିପଥ ସତେ ଅବା କେତେ କଣ୍ଟକିତ,
କିଏ ପହଞ୍ଚେ ଲକ୍ଷ୍ୟ ସ୍ଥଳରେ ତ
କିଏ ରହିଯାଏ ଅଧ ରାସ୍ତାରେ ॥

ସମ୍ଭୁନାଥ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସମ୍ୟଜିତ ପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କିଛି କବିତା ଶୁଭପଲ୍ଲବ ଇ-ପତ୍ରିକା ଏବଂ ପୋର୍ଟାଲ୍‌ରେ ପ୍ରକାଶ ପାଇବା ସହିତ ତାଙ୍କ ଉପସ୍ଥାପିତ କବିତା ମଧ୍ୟ ଶୁଭପଲ୍ଲବର ୟୁ-ଟ୍ୟୁବ୍‌ରେ ମୁକ୍ତିଲାଭ କରିଛି ।