You are currently viewing ସ୍ୱପ୍ନ
Odia Poem Swapna (ସ୍ୱପ୍ନ) by Rajesh Rath

ସ୍ୱପ୍ନ

ସ୍ୱପ୍ନ ଯାହା କିଛିକ୍ଷଣ ଅଟକାଇ ଦିଏ ନିଦ୍ରାର ସ୍ଥିତିକୁ,
ସ୍ୱପ୍ନ ଯାହା ପୁଣି ଜାଗୃତ କରେ ଅକିଞ୍ଚନ ପରିଦୃଷ୍ଟିକୁ,
ସୃଷ୍ଟି କରେ ଏକ ଉନ୍ମାଦ ଓଜସ୍ଵିନୀତାର ନିର୍ଣ୍ଣାୟକ ପାରିଚର୍ଯ୍ୟାର ଭାବଧାରାକୁ ।

ସ୍ୱପ୍ନ ଯାହା ଆନ୍ଦୋଳିତ କରେ ବିରହ ବ୍ୟର୍ଥାନାର ସମ୍ମୋହିନକୁ,
ସ୍ୱପ୍ନ ଯାହା ପୁନଶ୍ଚ ଆବିର୍ଭାବ କରେ ପ୍ରସନ୍ନ ତା’ର ପ୍ରିୟଦର୍ଶୀକୁ,
ସ୍ୱପ୍ନ ଯେ କେତେବେଳେ କାଦମ୍ୱିନୀର ସ୍ମୃତିପତ୍ରକୁ ସାଉଁଟିଥାଏ,
ତ କେତେବେଳେ ବସନ୍ତର ପତ୍ରଝଡ଼ାରେ ଆତ୍ମୀୟଙ୍କ ବିଲୀନ ହେବାର କୋହ ଭରିଦିଏ,
କେତେବେଳେ ଯେ ଗର୍ଭଜାତ ବିଜପତ୍ର ପରି ନବୀନ ଆକର୍ଷିକୁ ଚାକ୍ଷୁଶିରେ ଅବଲୋକନ କରାଏ,
ତ କେତେବେଳେ ନିଦ୍ରାର ଉହାଡ଼ ଭିତରେ ସମୀଳୀନ କରିଦିଏ ।

କେବେ ପୁଣି ସ୍ୱର୍ଗୀୟ ଖୁସିର ଆସରରେ ପ୍ରଫୁଲ୍ଲ ତା’ର ପ୍ରଶସ୍ତି ପ୍ରଦାନ କରେ,
ପୁଣି କେବେ ନିର୍ଜନତାର ଝଞ୍ଝଟ ଭିତରେ ହଜେଇଦିଏ,
ଯତ୍ ସମ୍ଭବ ତଦ ବିଭାଗମ୍‌ର ପ୍ରହେଳିକାର ପ୍ରରୋଚନାରେ ସଂପୃକ୍ତି କରିଦିଏ,
ପୁଣି ଯତ୍ ବଦ୍ ମ ତଦ କାର୍ୟାନୀର ବୃଥା ଆଶ୍ଵାସନାକୁ ଅଭିଶକ୍ତି କରିଦିଏ ।

– ରାଜେଶ ରଥ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାଜେଶ ରଥ ଜଣେ ଓଡ଼ିଆ ଗାଳ୍ପିକ ତଥା କବି । ସେ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗଳ୍ପ ରଚନା କରନ୍ତି, ଯାହାକି ଅନେକ ପତ୍ରପତ୍ରିକା ସ୍ଥାନ ପାଇଛି । ଗଞ୍ଜାମ ଜିଲ୍ଲାର ଆସ୍କାର ଅଧିବାସୀ ରାଜେଶ ପେଶାରେ ଜଣେ ଗଣିତ ଶିକ୍ଷକ ।