ନାରୀ ସ୍ୱାଧୀନତା
ସ୍ୱାଧୀନତା ଅର୍ଥ ମତେ ପଚାରନା ଆଜି ବି ମୁଁ ପରାଧୀନ କାହିଁକି ମିଛରେ ଡିଣ୍ଡିମ ପିଟିବି ନାରୀ ଅଟଇ ସ୍ୱାଧୀନ ॥ ମାତୃଗର୍ଭେ ଯଦି ସଞ୍ଚରିଯାଏ ମୁଁ ହୁଏ କନ୍ୟାଭୃଣ ହତ୍ୟା ପୁଅଝିଅ ଭେଦଭାବ ଶବ୍ଦଟିକୁ ପରଖେ ମୋ’ ଶୈଶବତା ॥ କିଶୋରୀ ଯୁବତୀ କେଉଁ ରୂପ ମୋର ଚାଖିନାହିଁ ସ୍ୱାଧୀନତା ସ୍ୱାଧୀନତା କଥା କହିବାଠୁ ଭଲ ରଖିବି ମୁଁ ନୀରବତା ॥ ବାରମ୍ବାର ପଡ଼େ ଲୋଲୁପ ଚାହାଣୀ ନାରୀମାଂସ ଲୋଭୀଙ୍କର ଲୁଣ୍ଠିତା ଲାଞ୍ଛିତା ଧର୍ଷିତା ପତିତା…

