You are currently viewing ଧନ୍ୟ ହେ ନାରୀ
Odia Poem Dhanya He Nari (ଧନ୍ୟ ହେ ନାରୀ) by Santa Gahir

ଧନ୍ୟ ହେ ନାରୀ

ଧନ୍ୟ ତୁମେ ନାରୀ ଦୂର୍ଗା ଅବତାରୀ
ଜନମିଛ ଧରା ତଳେ,
ସାରା ଦୁନିଆକୁ ସୃଷ୍ଟିକଲ ହାତେ
ତୁମରି ଶକତି ବଳେ ॥

କେବେ ମାଆ ରୂପେ ପୁଣି କେବେ ପତ୍ନୀ
ଆଉ କେବେ ତ ଭଗିନୀ,
ଯୁଗେ ଯୁଗେ ତୁମ ବାନା ଉଡ଼ୁଥାଉ
ମା’ଗୋ ଜଗତ ଜନନୀ ॥

ଲକ୍ଷ୍ମୀବାଇ ସାଜି ଶତ୍ରୁ ସଙ୍ଗେ ଲଢ଼ି
ଦେଶ ପାଇଁ ଦେଲ ପ୍ରାଣ,
ତୁମରି ମହିମା ଏ ସାରା ଜଗତ
ସଦା କରୁଥିବ ଗାନ ॥

ସତୀ ସୀତା ହୋଇ ସତ୍ୟକୁ ଆଦରି
ଦେଲ ଯେ ଅଗ୍ନି ପରୀକ୍ଷା,
ପତିବ୍ରତା ସାଜି ସେବାକୁ ଆଚରି
ଜଗତକୁ ଦେଲ ଶିକ୍ଷା ॥

କୁରୁସଭା ତଳେ ବସ୍ତ୍ରକୁ ହରାଇ
ସହିଥିଲ ଅପମାନ,
ତୁମରି ବଳରେ ଭୀମଙ୍କ ହାତରେ
ନାଶଗଲା ଦୁର୍ଯ୍ୟୋଧନ ॥

ନାଦିଆ ମୁରାଦ୍, କଳ୍ପନା ଚାୱଲା
ରଖି ଯାଇଛନ୍ତି ନାମ,
ପିଟି ଉଷା, ପିଭିସିନ୍ଧୁ ଓ ନିରଜା
ସଭିଙ୍କୁ କୋଟି ପ୍ରଣାମ ॥

– ଶାନ୍ତ ଗହିର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶାନ୍ତ ଗହିର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।