Odia Poem Dhanya Mo Odisha Bhuin (ଧନ୍ୟ ମୋ ଓଡ଼ିଶା ଭୂଇଁ) by Satyanarayan Padhan

ଧନ୍ୟ ମୋ ଓଡ଼ିଶା ଭୂଇଁ

ଯୁଝି ଯୁଝି ଏଠି କେତେ ବୀରଗଣ ଚାଲି ଗଲେଣି ତ ଭାଇ ଭାରତ ମାଟିର ଓଡ଼ିଶା ଭୂଇଁରେ ବୀରଙ୍କ ଅଭାବ ନାହିଁ ।୧। ବୀର-ସୁରେନ୍ଦର ପ୍ରିୟ ଗଙ୍ଗାଧର ବଳରାମ ଜଗନ୍ନାଥ ଭୀମ କାଳିଦାସ ଏ ମହାପୁରୁଷ ଦେଖାଇଛନ୍ତି ସୁପଥ ।୨। ଅଜ୍ଞାନକୁ ଆମ୍ଭ ଏଡ଼ାଇବା ପାଇଁ ଲେଖିଛନ୍ତି କେତେ ଶାସ୍ତ୍ର ଆମକୁ ସ୍ୱାଧୀନ କରିବା ପାଇଁ କି ଧରିଛନ୍ତି ମଧ୍ୟ ଶସ୍ତ୍ର ।୩। ଜୟୀ ରାଜଗୁରୁ ସୁଭାଷ ଚନ୍ଦର ଇଂରେଜ ବିରୋଧେ ଲଢ଼ି ନିଜ ଜୀବନକୁ ବାଜି…

ଅଧିକ ପଢ଼ନ୍ତୁ

ଥୁଣ୍ଟା ବରଗଛ

ଥୁଣ୍ଟା ବରଗଛ ଶେଷ ଶ୍ରାବଣର ବରଷା ଆସରା ନାହିଁ କୋଉ କାଳୁ ସତେ ମୁଣ୍ଡ ଟେକି ଅଛି କାହାକୁ ତ ଜଣା ନାହିଁ । ଯାନି ଜାତରାର ମୂକ ସାକ୍ଷୀ ସିଏ ଦୃମ ମହା ସଂସ୍କୃତିର ପିଲାଠାରୁ ବୁଢ଼ା ସଭିଙ୍କ ଆସରା ଜନ୍ମଠାରୁ ମୃତ୍ୟୁର ପର । ସହସ୍ର ଦ୍ରୁମ ତା’ ଭୂତଳ ବ୍ୟାପୀ ପହଞ୍ଚ ପାତାଳ ଛୁଆଁ ଓହୋଳି ରହିଛି ଆଦିମ ପୁରୁଷୁ ଦେଖି ଯେ ପୁରୁଣା ନୂଆଁ । କେତେ ଯେ ଗଲେଣି ତା’…

ଅଧିକ ପଢ଼ନ୍ତୁ
Odia Poem Tame (ତମେ) by Kanhu Charan Sahu

ତମେ

ତମେ ସିନା ବୁଝିପାରନି ମୋତେ, ମୋ ଭାବନାକୁ ହେଲେ କେବଳ ତମେ ହିଁ ଥାଅ ମୋ ଭିତରେ, ମୋ ସ୍ପନ୍ଦନେ । ଯେତେବେଳେ ଦୁଇଆଖି ଚାହିଁରହେ କାହାକୁ ସେହି କାହାକୁ ହିଁ ତମେ ଯେତେବେଳେ ହୃଦୟ ଖୋଜେ ଆଉ ଗୋଟେ ହୃଦୟକୁ ସେହି ହୃଦୟ ହିଁ ତମର ଥାଏ । ବୁଝିପାରନି ତମେ ମୋ’ ହୃଦୟର ଅକୁହା ଆବେଗ ଅନେକ ଥର କହିଲା ପରେ ସହି ପାରେନି ଏ ହୃଦୟ ଆପଣାର ମଣିଷ କାହାକୁ ଯେବେ କରିନିଏ…

ଅଧିକ ପଢ଼ନ୍ତୁ
Odia Poem Jibana Kshana Kshanake Ana (ଜୀବନ କ୍ଷଣ କ୍ଷଣକେ ଆନ) by Dibyashree Biswabandya Jena

ଜୀବନ କ୍ଷଣ କ୍ଷଣକେ ଆନ

ନା ତୁ କେବେ କହିଲୁ ନା ମୁଁ କହି ପାରିଲି ତୋ’ ପାଦ ବି ଅଟକିଗଲା ଆଉ ମୋ’ର ବି ବାନ୍ଧି ହେଇଗଲା କଥାଟା କହି ଦେଇଥିଲେ ତ ସରି ଯାଇଥାନ୍ତା କିନ୍ତୁ ନା ତୁ ଆରମ୍ଭ କରି ପାରିଲୁ ନା ମୁଁ ଶେଷ କରି ପାରିଲି ତୁ ତୋ’ ବାଟରେ ଚାଲିଗଲୁ ଆଉ ମୁଁ ମୋ’ ବାଟରେ ଦୁଇଟି ସମାନ୍ତରାଳ ରାସ୍ତାରେ ଏମିତି ଛୋଟ ଛୋଟ କଥାରେ, ମନ ମାରି ବସିଲେ ମନେଇବ କିଏ? ଜୀବନ…

ଅଧିକ ପଢ଼ନ୍ତୁ
Odia Poem Jamijaithiba Baraf Samparkare (ଜମି ଯାଇଥିବା ବରଫ ସମ୍ପର୍କରେ) by Mrutyunjay Patra

ଜମି ଯାଇଥିବା ବରଫ ସମ୍ପର୍କରେ

ସେଦିନ ଶୀତ ଶେଷେ ଗୋଧୂଳି ବେଳାରେ ତୁମେ ଆଉ ମୁଁ ପାଖାପାଖି ଚାଲୁଥିଲୁ କୁଶେଇ ନଦୀ କୂଳେ କୂଳେ ପଉଷର ପୂନେଇ ମେଳାରେ । ଡେଙ୍ଗା ତାଳଗଛ ଦେଖାଇ ତମେ କହିଥିଲ ଏଇ ଦେଖ, ପବନରେ କେମିତି ଦୋହଲୁଛି ବାଇଚଢ଼େଇ ବସା; ଭିତରେ ଟିକି ଚଢ଼େଇଟା ଚାହିଁ ବସିଥିବ ବସା ଲେଉଟାଣି ବେଳ ମା’ ଚଢ଼େଇଟା ଆହାର ଆଣିବ । ତୁମେ ଗଲା ପରେ ବହୁଦିନୁ ନଈକୂଳେ ଯାଇନାହିଁ, ପଉଷଟା କେବେ ଆସେ କେବେ ଯାଏ ଜାଣିପାରେ…

ଅଧିକ ପଢ଼ନ୍ତୁ