ନିଜକୁ ପାରେନି ମାନି
ମନେ ଉପୁଜାଇ ଡର ଅକାରଣେ ବାସ୍ତବତାକୁ ଭୁଲି ସ୍ୱାନୁଭୂତିକୁ ବିଶ୍ୱାସ ନ କରି ଯିଏ ଯାଉଥାଏ ଚଳି ଜୀବନ ତା’ ପାଇଁ ତୁଚ୍ଛ ଘଟନା ସ୍ୱେଚ୍ଛାର ନାହିଁ ସ୍ଥାନ ଜିଇଁବା ନାଆଁରେ ସର୍ବଦା ସ୍ୱାଗତ କରେ ଇଚ୍ଛାର ମରଣ ନିଜକୁ ସଂଦେହ କରିବା ଅଭ୍ୟାସ ଯୋଗୁଁ ହୁଏ ପରାଶ୍ରିତ ବଳ, ବେଳ କରିଚାଲେ ଅପବ୍ୟୟ ହୁଏନି କାଳାନୁଗତ ବହୁବିଧ ମତ, ତତ୍ତ୍ୱର ଧାରକ ହୋଇଯାଏ ତା’ର ମଥା ସୁଖ ବଦଳରେ ଅକାରଣେ ପାଏ ଅହେତୁକ ଭାବେ ବ୍ୟଥା…

