Odia Poem Satyasrite Dukha (ସତ୍ୟାଶ୍ରିତେ ଦୁଃଖ ଭାର) by Alekh Meher

ସତ୍ୟାଶ୍ରିତେ ଦୁଃଖ ଭାର

ମିଛ ବାରିବାହ ପ୍ରବଳ ଚାପରେ ଭାଙ୍ଗିଲା ସତ୍ୟ ଭୂଧର, ଅତୀତର ସ୍ମୃତି ବାରିଧି ତରଙ୍ଗ ଚିତ୍ତେ ଛାଏ ଅତୀତର । ଧୈର୍ଯ୍ୟର ଅସନ ଉପୁଡ଼ି ମହୀରୁ କକୁଭ ଦିଏ ହଜାଇ, ନୀୟତିର ଏ କି ବିଚିତ୍ର ସ୍ୱଭାବ ସତ୍ୟାଶ୍ରିତ ଭାଲେ ଖାଇ । ଦନୁଜ ଆଚାର ବଡ଼ଭୀ ମାଣିକ୍ୟ ପ୍ରାଚୁର୍ଯ୍ୟର ଲକ୍ଷ୍ମୀ ଭରା, ବୃଜିନ ସ୍ୱଭାବ ପ୍ରଗତିର ନାବ ଦିବସେ ଦେଖାଏ ତାରା । ଜାଣିଛି ପର୍ବତ ଚଢ଼ିବା ମାନବ କଷଣ ସହେ ଅଶେଷ, ଶିଖରୁ ଓହ୍ଲାଳୀ ଖସନ୍ତି ବେଗରେ ମୁଖେ…

ଅଧିକ ପଢ଼ନ୍ତୁ
Odia Poem Shabda Khela (ଶବ୍ଦ ଖେଳ) by Basanta Pradhan

ଶବ୍ଦ ଖେଳ

ଖେଳୁଛି ମୁଁ ଶବ୍ଦଖେଳ କେତେ ଏକାନ୍ତରେ, ଜିତିବି ନା ହାରିବି ତାହା ଅଛି ରୂପକାର ସମୟ ହାତରେ । ଅନୁଭବର ଉତ୍ତରଣରେ ତୋଳୁଛି ମୁଁ ଶବ୍ଦର ନଅର ତୁମେ ତା’କୁ କହିପାର ସୁନ୍ଦରୀ କବିତା ଚିନ୍ତା ଚେତନା ସବିତା, କିନ୍ତୁ ମୁଁ କହିବି ସେହି ମୋର ପ୍ରାଣପ୍ରିୟା ଯିଏ ସଦା ବାନ୍ଧିରଖେ ତା’ ପ୍ରେମ ଫାଶରେ ନିବିଡ଼ ଆଶ୍ଲେଷରେ ଦେଖାଇଣ ତା’ କାବ୍ୟିକମାୟା । ତା’ସାଥେ ବଞ୍ଚିଛି ମୁହିଁ ତା’ ସାଥେ ମରିବି ପୁନର୍ଜନ୍ମ ନେଲେ ପୁଣି ତା’ ସାଥେ…

ଅଧିକ ପଢ଼ନ୍ତୁ
Odia Poem Maula Pasana (ମଉଳା ପାଷାଣ) by Smruti Ranjan Patra

ମଉଳା ପାଷାଣ

ଜହ୍ନ ଆଜି ଶୋଇଯାଏ ରାତିର କବରୀରେ ରାସ୍ତାକଡ଼ର ହଳଦିଆ ମୁଖାପିନ୍ଧା ବତିମାନେ କୃତ୍ରିମ ଚନ୍ଦ୍ର ସାଜୁଛନ୍ତି ଯେମିତି ଇତସ୍ତତଃ ସେ ମାୟାବୀ ଆଲୁଅରେ ଛଦ୍ମବେଶ ଧରି ଲୁଚିରହିଛି ଅଲଂଘ୍ୟ ଗିରିପଥ ଟିଏ ଦୂରତାକୁ ଉପହାସ କରୁଛି । ମୁଁ ଚାଲୁଛି, ପାଦ ମୋର ଥକି ଆସିଲାଣି ଦେହ ବି ଜବାବ୍ ଦେଲାଣି ତଣ୍ଟି ଶୁଖିଯାଇଛି ଆଖିରେ ବି ଆଖିଏ ନିଦ ମାଡ଼ି ଆସୁଛି ତଥାପି ଯେପରି ଦିବାଲୋକର ମୃଗତୃଷ୍ଣା ଫୁଙ୍ଗୁଳା ପବନରେ ମତେ କଟାକ୍ଷ କରୁଛି। ରାସ୍ତାକଡ଼ର ଗୋଟିଏ…

ଅଧିକ ପଢ଼ନ୍ତୁ
Odia Poem Belana Badiru (ବେଲେଣା ବାଡ଼ିରୁ...) by Santanu Bisoi

ବେଲେଣା ବାଡ଼ିରୁ…

ଓଢ଼ଣା ତଳରୁ ମୁହଁ କାଢ଼ି ଯେବେ ବେଲେଣା ବାଡ଼ି ତୁ ଧରିବୁ ନିଜ ସ୍ୱାଧୀନତା ନିଜ ହାତେ ନେବୁ ଅଧିକାର ଫେରି ପାଇବୁ ॥ ଲାଜେଇ ରହିଲେ ସକେଇ କାନ୍ଦିଲେ ଦୁନିଆ ଗଞ୍ଜଣା ଖାଇବୁ ପୁରୁଷ ପ୍ରାଧାନ୍ୟ ସମାଜରେ ତୁ ଲୋ ଅବହେଳିତ ଯେ ହୋଇବୁ ॥ ଘରୁ ବାହାରିଲେ ଦଶଟା ପୁରୁଷ ଡାହାଣା ଆଖିରେ ଚାହିଁବେ ବିଟପୁରୁଷର ଲଗା ପଘା ନାହିଁ ଝୁଣି ଝୁଣି ତତେ ଖାଇବେ ॥ ପୋଲିସ ସହାୟ ମିଳିବନି କେବେ ରାଜନୀତି…

ଅଧିକ ପଢ଼ନ୍ତୁ
Odia Poem Prema o Biraha (ପ୍ରେମ ଓ ବିରହ) by Kaibalya Nayak

ପ୍ରେମ ଓ ବିରହ

ବିରହରେ ଯଦି ଭିଜି ନାହିଁ ଆଖି ତାକୁ କିବା ପ୍ରେମ କୁହ ଶୁଖି ନାହିଁ ଯଦି ତଣ୍ଟି ତା’ ଆଗରେ ସେହି ଗଭୀରତା ପାଇ ନାହଁ । ମୁହେଁ ନ ଫୁଟିଛି ହସ ଯଦି ତୁମ ତା’ ନାଁକୁ ଭିଡ଼ରେ ଶୁଣି ହଜାରେ ସ୍ୱରରୁ ଯଦି କଣ୍ଠସ୍ୱର ନପାରିବ ତୁମେ ଜାଣି । କୁହ ନାହିଁ ବନ୍ଧୁ ପ୍ରେମ ତାହାକୁ ଖାଲି ଶାରୀରିକ ନିବିଡ଼ତା ଭାବୁଥିଲେ ଖାଲି ପ୍ରେମ ଶରୀରରେ ଶୁଣ ରାଧାକୃଷ୍ଣ ପ୍ରେମ କଥା । ଭିଜିଥିଲା ଆଖି ରାଧାକୃଷ୍ଣଙ୍କର…

ଅଧିକ ପଢ଼ନ୍ତୁ