Odia Poem Shadhi (ଶାଢ଼ୀ) by Rabindra Panda

ଶାଢ଼ୀ

ଅସରନ୍ତି ସ୍ନେହ ଅକୁହା ଆବେଗ ସମୁଦ୍ରେ ଲୁହରେ ଜୁଡ଼ୁବୁଡ଼ୁ ସ୍ମୃତିର ଏକ କ୍ୟାନଭାସ ଶାଢ଼ୀ ମେଞ୍ଚା ମେଞ୍ଚା ସ୍ୱପ୍ନକୁ ଜାବୁଡ଼ି ରଖିଥିବା କେଇ ଖିଅ ସୂତାର କୁହୁକ ଦୁନିଆ ଶାଢ଼ୀ ଜୀବନର ନିଦାଘ ତାତି ସଂଘର୍ଷର ରୀତିମତ ଚାବୁକ ସହିବାର ଏକମାତ୍ର ଜାଗା ଶାଢ଼ୀ ସେ ମୋ ମାଆର ଚିରାଫଟା ସୂତାଶାଢ଼ୀ ! – ରବିନ୍ଦ୍ର ପଣ୍ଡା ରବିନ୍ଦ୍ର ପଣ୍ଡାରବିନ୍ଦ୍ର ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ…

ଅଧିକ ପଢ଼ନ୍ତୁ
Odia Poem Mo Maa (ମୋ ମାଆ) by Banasmita Behera

ମୋ ମାଆ

ଜୀବନରେ ଥରେ କେବଳ ଥରେ ହିଁ ସେ ହସିଥିଲା ଯେବେ ମୁଁ କାନ୍ଦିଥିଲି, ତା’ ପରେ ଯେବେ ବି ମୁଁ କାନ୍ଦିଛି ମୁହଁ ଲୁଚେଇ ସେ କାନ୍ଦିଛି । ବାପାଙ୍କ ପାଖରେ ମୋ ଦୁଷ୍ଟାମିର ଅଭିଯୋଗ କରି ପୁଣି କାହିଁକି ଅଭିଯୋଗ କଲା ବୋଲି ମନେ ମନେ କେତେ ନିଜକୁ ଗାଳି ଦେଇଛି… ପାଠ ନ ପଢ଼ିଲେ ଦୁଷ୍ଟାମି ହେଲେ ଯଦି କେବେ ମୋ ଉପରେ ହାତ ଉଠେଇଛି କି ମାଡ଼ ମରିଛି… ତା’ ହେଲେ ଦିନ ସାରା…

ଅଧିକ ପଢ଼ନ୍ତୁ
Odia Poem Maa (ମା) by Karisma Behera

ମା’

ମା’ଲୋ ତୋ’ର ସେ ସ୍ନେହବୋଳା ହାତ ଯେବେ ତୁ ମୋ-ମଥାରେ ରଖିଦେଉ ମୁଁ-ସବୁକିଛି ପାଇଯାଏ, ଭରିଯାଏ ସବୁ ଶୂନ୍ୟତା । ମା’, ତୋ’ର ସେ ମଧୁବୋଳା କଥା ତୋ’ ମୁଖରୁ ପଦେ ଶୁଣିଦିଏ ଯେବେ ମୁଁ ଶାନ୍ତିରେ ନିଦ୍ରାଯାଏ, ଆଉ କିବା ଥାଏ ଆବଶ୍ୟକତା? ମା’, ତୋ ଓଠର ସେ ହସ ଟିକକ ଯେବେ ମୁଁ ଅବସାଦ କ୍ଷଣେ ଦେଖିଦିଏ ସବୁ ଅବଶୋଷ ମେଣ୍ଟିଯାଏ ମା’, ପାଏ ମୁଁ ପୂର୍ଣ୍ଣ-ତୃପ୍ତତା । ମା’, ତୁ କେମିତି ଖୋଜି ବୁଝିପାରୁ ମୋ…

ଅଧିକ ପଢ଼ନ୍ତୁ
Odia Poem Mo Maa (ମୋ ମା') for Mother's Day by Snigdhalaxmi Priyadarsini Mohapatra

ମୋ ମା’

ନା ମୋତେ ଜହ୍ନ ଦରକାର ନା ମୋତେ ତାରା ଦରକାର ନା ମୋତେ ସୁନା, ରୂପା, ହୀରା ମୋତି ମାଣିକ ଦରକାର କେବଳ ମୋତେ ମୋ ମା’ ଦରକାର । ଅତୁଟ ବନ୍ଧନର ଜ୍ୱଳନ୍ତ ଉଦାହରଣ ସେ ଏକ ସୁନ୍ଦର ଶବ୍ଦର ଚରିତାର୍ଥ ସେ ମମତାର ଧାର ସ୍ନେହର ଭଣ୍ଡାର । ମା… ଆଜି ମା’ ବିଷୟରେ କ’ଣ ଲେଖିବି ମା’ ତ ନିଜେ ମୋତେ ଲେଖିବା ଶିଖେଇଛି… – ସ୍ନିଗ୍ଧାଲଷ୍ମୀ ପ୍ରିୟଦର୍ଶିନୀ ମହାପାତ୍ର ସ୍ନିଗ୍ଧାଲଷ୍ମୀ ପ୍ରିୟଦର୍ଶିନୀ ମହାପାତ୍ରସ୍ନିଗ୍ଧାଲଷ୍ମୀ ପ୍ରିୟଦର୍ଶିନୀ…

ଅଧିକ ପଢ଼ନ୍ତୁ
Odia Poem Ma (ଓଡ଼ିଆ ସନେଟ୍… ମା) by Madhumita Mishra

ସନେଟ୍… ମା’

ମା ନାଁ ଭିତରେ ଦିଶଇ ଈଶ୍ୱର ମା ନାମ ସବୁଠୁ ସୁନ୍ଦର…! ମା ଡାକ ସତେ କେତେ ଯେ ମଧୁର କେତେ ଲାଗେ ଆପଣାର…!! ମା କୋଳ ଥିଲେ ଡର ନାହିଁ କେବେ ବାଆ ଆସୁ କି ବତାସ…! ମା ରଖିଥାଏ ଘଣ୍ଟ ଘୋଡ଼େଇକି ସନ୍ତାନର ଏ ବିଶ୍ଵାସ…!! ମା ଆଣିଥାଏ ଦୁନିଆ ବକ୍ଷକୁ ଦେଖାଇ ଥାଏ ଜୀବନ…! ମା ଶିଖାଇ ଦେଇଥାଏ ପୁଣି ଧର୍ମ କର୍ମ ଓ ବଚନ…!! ମା କହିଥାଏ ନିଜର କିଏ ସେ…

ଅଧିକ ପଢ଼ନ୍ତୁ