Odia Poem Maa (ମାଆ- ଏକ ଦେବୀରୂପୀ ଚଳନ୍ତି ପ୍ରତିମା) by Dr. Rajkumari Behera

ମାଆ- ଏକ ଦେବୀରୂପୀ ଚଳନ୍ତି ପ୍ରତିମା

ହେ ଆଧୁନିକତାର ବଶବର୍ତ୍ତୀ ମଣିଷଗଣ ତୁମେ କେବେ ପରଖି ଦେଖିଛ କି??? ମାତୃ ହୃଦୟର ବ୍ୟଥାବେଦନାକୁ ଯିଏ ଦଶମାସ ଦଶଦିନ ଗର୍ଭରେ ଧରି ପ୍ରସବର ଅହେତୁକ ଯନ୍ତ୍ରଣା ସହି ତୁମକୁ ଏ ଦୁନିଆର ଆଲୋକ ଦେଖାଏ !? ଯିଏ ନିଜର ଛାତି ଚିରି ତୁମକୁ ଅମୃତ ପାନ କରାଏ ଯିଏ ତା’ର ପଣତ କାନିରେ ତୁମ ଲୁହକୁ ପୋଛେ ନିଃସ୍ୱାର୍ଥପରଭାବେ ତୁମର ସେବା କରେ କିନ୍ତୁ ପ୍ରତିବଦଳରେ ତାକୁ କ’ଣ ମିଳେ ଜାଣିଛ କି?? ବୟସର ଅପରାହ୍ନରେ…

ଅଧିକ ପଢ଼ନ୍ତୁ
Odia Poem Bhasa Priti (ଭାଷା ପ୍ରୀତି) by Basanta Pradhan

ଭାଷା ପ୍ରୀତି

କାହା ସ୍ୱାର୍ଥରେ ଗଢ଼ିଉଠେ ଏତେ ସାହିତ୍ୟ ଅନୁଷ୍ଠାନ? ଭାଷାର ସମୃଦ୍ଧି ବଦଳରେ ଆଜି ହେଉଛି ଅଧଃପତନ ।୧। ଭାଷା ବଞ୍ଚିଲେ ଜାତିଟିଏ ବଞ୍ଚେ ସେହି ତା’ର ସ୍ୱାଭିମାନ, ଭାଷାକୁ ନେଇ ଗର୍ବ ଯେ କରଇ ସେ ଜାତି ଅଟେ ମହାନ ।୨। ମାତୃଭାଷାର ଉନ୍ନତି ନିମନ୍ତେ ହେଉ ସମସ୍ତ ଉଦ୍ୟମ ଭାଷା ଉନ୍ନତିରେ ଦେଶର ପ୍ରଗତି ହେଉ ଯେ ହୃଦୟଙ୍ଗମ ।୩। ଆମ ପୂର୍ବସୂରୀ କେତେ ସାଧ୍ୟ କରି ରଖିଲେ ଭାରତୀ ଟେକ, କଲମ ମୁନରେ ଗଢ଼ି…

ଅଧିକ ପଢ଼ନ୍ତୁ
Odia Poem Bhaktanku Mana (ଭକ୍ତକୁ ମନା) by Biswa Ranjan Tripathy

ଭକ୍ତକୁ ମନା

ଭକତକୁ ଆଜି ଶିରିକ୍ଷେତ୍ର ମନା ମନା ପୁଣି ତୋର ବଡ଼ ଦାଣ୍ଡେ କ’ଣ ତୁହି କଲୁ, କି ମାୟା ରଚିଲୁ, ଭକ୍ତ କାନ୍ଦୁଥାନ୍ତି, ହାତ ରଖିଦେଇ ମୁଣ୍ଡେ ॥ ଗରୁଡ଼ ଆଗରେ ବେନି ଭୁଜ ଟେକି ସପନ ହୋଇଲା ତୋ’ର ଦର୍ଶନ କ’ଣ ତୁହି କଲୁ, କି ମାୟା ରଚିଲୁ ଦେଖିବାକୁ ଥରେ ବିକଳ ହୁଏ ଏ ମନ ॥ ଆନନ୍ଦ ବଜାରେ ଆନନ୍ଦ ସାଉଁଟା ଆଜି ତ ସଭିଙ୍କୁ ହୋଇଛି ମନା ହେ ପ୍ରଭୁ ତୁମ…

ଅଧିକ ପଢ଼ନ୍ତୁ
Odia Poem Mun Gariba Boli (ମୁଁ ଗରିବ ବୋଲି) by Md Hanif Shah

ମୁଁ ଗରିବ ବୋଲି

ଝାଟି ମାଟି ଦଦରା, ଦରଲିପା ଘରେ ଅସଂଖ୍ୟ ଟିପ ଚିହ୍ନ ଏକାଠି ଯେଉଁଠି ସେ ନୂଆଁଳିଆ ଘର ମୋ ଜନ୍ମ ମାଟି, ସେ ମୋ ରାଜମହଲ ଭାବେ ମୁଁ ଗରିବ ! ପ୍ରଥମଥର ପାଇଁ ବୋଉ କହୁଥିଲା ଆମେ ଗରିବ ଯେତେ ଅଳି ଅର୍ଦଳିର ସଂଜ୍ଞା ଆମ ପାଇଁ ଏଠି ଭିନ୍ନ, କିନ୍ତୁ ନିର୍ଭୁଲ୍ ଉତ୍ତର ଯେ ମୁଁ ଗରିବ ! ନୂତନ ଉତ୍ସାହ ଉଦ୍ଦୀପନା ରଙ୍ଗିନ୍ ସ୍ଵପ୍ନକୁ ଦେଖିବା ଛୁଇଁବା, ଅଧା ଓଠରେ ଭଙ୍ଗା ହସ…

ଅଧିକ ପଢ଼ନ୍ତୁ
Odia Poem Bisthapana Byatha (ବିସ୍ଥାପନ ବ୍ୟଥା) by Prabhat Mishra

ବିସ୍ଥାପନ ବ୍ୟଥା

ଚାଲି ଚାଲି ଆଜି ଥକିଲାଣି ପାଦ ମନ ତା’ ଚାଖିଛି କେତେ କଷ୍ଟ ସ୍ଵାଦ, ବିସ୍ଥାପନର ଏକି ଅପୂର୍ବ ଦରଦ ଅପୂର୍ବ ମଣିଷ ଏ ତ ଦୁଃଖର ଦାୟଦ । ମହାମାରୀ କବଳରେ ଆଜି ସର୍ବ ଜୀବ ଅପୂର୍ବ ସଙ୍କଟ ଫାଶରେ ଜଗତେ ସରବ, ବିସ୍ଥାପନ ଦୁଃଖ ଭାରେ ଦେଶର ଗରିବ ହାତେ ନାହିଁ ଚଳିବାକୁ ଆଉ ଯେ ଦରବ । ମହାମାରୀ ବାଧା ଆଜି ନାହିଁ ରୋଜଗାର ତେଣୁ ଫେରି ଆସେ ନିଜ ଭିଟା ମାଟି…

ଅଧିକ ପଢ଼ନ୍ତୁ