You are currently viewing ଆସିଯାଅ ତୁମେ…
Odia Poem Asijaa Tume (ଆସିଯାଅ ତୁମେ) by Soumyashree Tripathy

ଆସିଯାଅ ତୁମେ…

ହୋଇ ଜହ୍ନର ଜୋଛନା
ଆସିଯାଅ ଥରେ
ବିଚ୍ଛୁରି ଦିଅ ତୁମ ପ୍ରେମର କିରଣ
ମୋର ଅଙ୍ଗେ ଅଙ୍ଗେ ।

ପୁଣି ଆସିଯାଅ କେବେ
ହୋଇ ମେଘ ମହ୍ଲାର
ବରଷି ଦିଅ ତୁମ ପ୍ରୀତି ପ୍ରଣୟ
ସାଜିଯିବି ମୁଁ ଯେ ତୁମ ମନ ମୟୂରୀ
ଆଉ ନାଚି ଉଠିବି ରାଗେ ତୁମରି ।

ହେବ ଯଦି ଆସିବକି
କେବେ ହୋଇ ବସନ୍ତ ମଳୟ
ତୁମ ସୁବାସରେ ହୋଇଯିବି ମୁଁ ଯେ ରୋମାଞ୍ଚିତ
ଆସ ହୋଇ କେବେ ମଧୁର ସଂଗୀତ ମୂର୍ଚ୍ଛନା
ଆଉ ଦୂର କରିଦିଅ ମୋ ବିଷାଦର ଶୂନ୍ୟତା

ବାସ ! ଆସିଯାଅ ତୁମେ
ଏ ଜୀବନ ଅଧୁରା ତୁମ ବିନା…

– ସୌମ୍ୟାଶ୍ରୀ ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୌମ୍ୟାଶ୍ରୀ ତ୍ରିପାଠୀ ପେଶାରେ ଜଣେ ଅଧ୍ୟାପିକା, ଯିଏକି ବର୍ତ୍ତମାନ ଜୟପୁରର ଏକ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । ସେ ଅଧ୍ୟାପନା ବ୍ୟତୀତ ଓଡ଼ିଆରେ ଗଳ୍ପ, କବିତା ଆଦି ରଚନା କରନ୍ତି ।