Odia Poem Aeta Nari (ଏଇତ ନାରୀ) by Diptimayee Singh

ଏଇତ ନାରୀ

ଚାରିଆଡ଼େ ଖାଲି ଗୁଞ୍ଜରୁଛି ଶବଦ ମହିଳା ସଶକ୍ତିକରଣ ପାଇଁ, ମାଆମାନେ ମୋର ପାହାଡ଼ ଡେଇଁଲେ ଜଳ ଆଣି ଯିବା ପାଇଁ ॥ ଦୁଃଖିନୀ ମାଆଟା ଉପରେ ମୋହର ନଜର କାହାର ନାହିଁ, ଘିଡ଼ି ଘିଡ଼ି ହେଇ ଧାଉଁଅଛି ସେହି ପାହାଡ଼ ଜଙ୍ଗଲ ଡେଇଁ ॥ ଜାଣିନାହିଁ ସେ ଯେ ପାହାଡ଼ ସେପାରେ ଜଳ ପାଇବ କି ଖୋଜି, ମନେ ଅସୁମାରି ଆଶା ନେଇ ହେଲେ ଚାଲିଥାଏ ଆଖି ମୁଜି ॥ ତଥାପି ମନରେ ଛବିଟିଏ ରଖି ମୁନା…

ଅଧିକ ପଢ଼ନ୍ତୁ
Odia Poem Atmiyatara Basna (ଆତ୍ମିୟତାର ବାସ୍ନା) by Rajesh Rath

ଆତ୍ମିୟତାର ବାସ୍ନା

ଯାହା କିଛି କ୍ଷଣ ଅଟକାଇ ଦିଏ ମୋ ଭିତରେ ଦୌଡ଼ୁଥିବା ଏକ ଦିଗହରା ବୟସକୁ ଧରେଇ ଦିଏ ହାତରେ ଏକ ତୂଳୀ ଆଙ୍କିବାକୁ କୁହେ ଏକ ଚିର ଇପ୍ସିତ ଅଫେରା ଋତୁକୁ… ଦେଖୁ ଦେଖୁ ମୁଁ ଅଙ୍କେ ଆଙ୍କେ ତୁମକୁ, ତୁମ ଉପସ୍ଥିତିର ପ୍ରିତୀ ପ୍ରାଣସ୍ପର୍ଶୀ ମୁହୂର୍ତ୍ତକୁ, ଆଉକିଛି ଦିଗନ୍ତ ବିସ୍ତାରି ତରୁଣ ସ୍ମୃତି ତାଜା ହୁଏ, ଫୁଟି ଉଠେ ମଗୁଶୁରିଆ କୁହୁଡ଼ିରେ ଭିଜା ଭିଜା କାନ କୁହା କଥା, ହାତ ଧରି ଭିଡ଼ି ନିଏ କେଉଁ…

ଅଧିକ ପଢ଼ନ୍ତୁ
Odia Poem Akasha Akhire Luha (ଆକାଶ ଆଖିରେ ଲୁହ) by Chinmaya Kumar Sahoo

ଆକାଶ ଆଖିରେ ଲୁହ

ଆକାଶକୁ ଦିନେ ଚାହିଁ ମୁଁ ଭାବିଲି କେଡ଼େ ସୁଖୀ ସତେ ସେଇ କୋଟି କୋଟି ତାରା ମେଳରେ ଜହ୍ନଟା ଖେଳୁଥିଲା ଖୁସି ହେଇ । ପକ୍ଷୀ ଉଡ଼ୁଥିଲେ ଆନନ୍ଦେ ଆକାଶେ ଖୋଜୁଥିଲେ ବାଟ ବସାକୁ ଦଳ ଦଳ ହେଇ ବାଦଲ ଗୁଡ଼ାକ ଭାସି ଯାଉଥିଲେ ଦୂରକୁ । କେତେ କେତେ ଗ୍ରହ, ତାରା ସୂର୍ଯ୍ୟ ଚନ୍ଦ୍ର, ତା’ ସାଙ୍ଗେ ମେଘର ଭାବ ଏତେ ଏତେ ବନ୍ଧୁ ପାଶେ ଥାଇ ନିଶ୍ଚେ ଆକାଶଟା ଖୁସି ଥିବ । ମୋ ଚାହାଣି ଦେଖି ଆକାଶଟା…

ଅଧିକ ପଢ଼ନ୍ତୁ
Odia Poem Sharanarthi (ଶରଣାର୍ଥୀ) by Tika Govind

ଶରଣାର୍ଥୀ

ତାର ବାଡ଼ର ଏପାଖେ ବି ଗୋଟେ ଦୁନିଆ ଅଛି ଆଉ ସେପାଖେ ବି । ଏପାଖେ ବି ପାଦ ତଳେ ମାଟି ମୁଣ୍ଡ ଉପରେ ଆକାଶ ଆଉ ସେପାଖେ ବି । କଣଟା ବଦଳି ଯାଏ ଦୁଇ ପାଖରେ, ନା ବଦଳେ ଗଛ ନା ବଦଳେ ପକ୍ଷୀ ନା ବଦଳେ ଡର । ବାସ୍ ବଦଳି ଯାଏ ମଣିଷର ସଂଜ୍ଞା, ଏପାଖେ ନାଗରିକ ସେପଖେ ଶରଣାର୍ଥୀ । ବାଡ଼ ଆରପାଖେ ପରା ଘାସ ସବୁବେଳେ ସବୁଜ । ସବୁଜ ଘାସ ମୋହରେ ବାଡ଼ ଡେଇଁଲା…

ଅଧିକ ପଢ଼ନ୍ତୁ
Odia Peom Naree (ନାରୀ) by Subhadarsini Parida

ନାରୀ

ସମ୍ମାନୀୟା ବନ୍ଦନୀୟା ସର୍ବସହା ମମତାର ପ୍ରତିମୂର୍ତ୍ତି ମାନବୀ ନା ଦେବୀ କ’ଣ ବା ପରିଚୟ ତା’ର? ଦୁହିତା ଭଗିନୀ ଜାୟା ନା ଜନନୀ ମମତମୟୀ ସେହ୍ନପ୍ରଦାୟିନୀ ନା ଦୈତ୍ୟଦଳିନୀ? ହଜାରେ ରୂପ ହଜାରେ କାହାଣୀ ତଥାପି ସେ ନାରୀ ଶାନ୍ତ ସ୍ନିଗ୍ଧ ନମ୍ରତାର ମୂଳମନ୍ତ୍ର, ସତୀତ୍ଵର ପରାକାଷ୍ଠାରେ ଦେଇଛି ଅଗ୍ନିପରୀକ୍ଷା, କୁରୁସଭା ତଳେ ପୁଣି ହେଇଛି ବିବସ୍ତ୍ର, ଜଗତର କଲ୍ୟାଣ ପାଇଁ ସାଜିଛି ଦୁର୍ଗତିନାଶିନୀ ଦୁର୍ଗା, କେବେ ପୁଣି ସତ୍ୟବାନକୁ ରକ୍ଷା କରି ସାବିତ୍ରୀ । କ’ଣ ବା…

ଅଧିକ ପଢ଼ନ୍ତୁ