ତାର ବାଡ଼ର ଏପାଖେ ବି
ଗୋଟେ ଦୁନିଆ ଅଛି
ଆଉ ସେପାଖେ ବି ।
ଏପାଖେ ବି ପାଦ ତଳେ ମାଟି
ମୁଣ୍ଡ ଉପରେ ଆକାଶ
ଆଉ ସେପାଖେ ବି ।
କଣଟା ବଦଳି ଯାଏ
ଦୁଇ ପାଖରେ,
ନା ବଦଳେ ଗଛ
ନା ବଦଳେ ପକ୍ଷୀ
ନା ବଦଳେ ଡର ।
ବାସ୍ ବଦଳି ଯାଏ
ମଣିଷର ସଂଜ୍ଞା,
ଏପାଖେ ନାଗରିକ
ସେପଖେ ଶରଣାର୍ଥୀ ।
ବାଡ଼ ଆରପାଖେ ପରା
ଘାସ ସବୁବେଳେ ସବୁଜ ।
ସବୁଜ ଘାସ ମୋହରେ
ବାଡ଼ ଡେଇଁଲା ବେଳେ ଭୁଲିଯାଏ
ଏବେ ପରା ମଣିଷ ବେଶରେ
ମାଳମାଳ ଡାହାଳ କୁକୁର
ଆଉ ପଲପଲ ଛଞ୍ଚାଣ ।
ଟିକେ କଷ୍ଟରେ ତ ଡେଇଁ ହେଇଯାଏ
କଣ୍ଟା ବାଡ଼ର ଉଚ୍ଚତା,
ହେଲେ ଜୀବନ ବିତିଯାଏ
ପାଇବାକୁ ହୃଦୟରେ ଟିକେ ଯାଗା ।
– ଟିକା ଗୋବିନ୍ଦ