Odia Poem Parisamaptira Purbaru (ପରିସମାପ୍ତିର ପୂର୍ବରୁ) by Dibyashree Biswaabandya Jena

ପରିସମାପ୍ତିର ପୂର୍ବରୁ

ପରିସମାପ୍ତିର ଠିକ ପୂର୍ବରୁ ସବୁକିଛି ପୁଣି କାହିଁକି ଜୀବନ୍ତ ହୋଇଉଠେ ! ସ୍ମୃତିର ବକ୍ଷ ଚିରି ଅତୀତ ଆଜି ଭାସି ଉଠେ ଜଳଜଳ କରି ଆଖି ଆଗରେ । ଇତିର ଅୟମାରମ୍ଭ ଆଗରୁ ଆରମ୍ଭ କାହିଁକି ଆଜି ପୁନଶ୍ଚ ସ୍ଵପ୍ନ ଦେଖାଏ ଆଉ ଏକ ନୂଆ ଆରମ୍ଭର ! ଭିନ୍ନ ମୋଡ଼ ନେବାକୁ ଚାହେଁ ଗତିପଥ ଜୀବନର, ବଦଳାଇଦେବାକୁ ଚାହେଁ ରୂପ ଇତିର । ନାଟକରେ ଯବନୀକା ପଡ଼ିବା ଆଗରୁ ଶେଷ ଦୃଶ୍ୟର ଠିକ ଆଗରୁ ଭାସିଉଠନ୍ତି…

ଅଧିକ ପଢ଼ନ୍ତୁ
Odia Poem Phula (ଫୁଲ) by Jituram Sahu

ଫୁଲ

ଫୁଲଟିଏ ମୁଁ ଫୁଟିଅଛି ସତେ ଦିଶୁଅଛି କେଡ଼େ ସୁନ୍ଦର । ତୋଳନି ମୋତେ ଫୁଟିଛି ଯତନେ ମହକିବି କରି ଆଦର ॥ କଣ୍ଟା ବୁଦାମୂଳେ ଫୁଟିଅଛି ମୁଁ ଥାଏ ପର୍ବତେ ଜଳ ସ୍ଥଳେ । ବନେ ଉପବନେ ରହିଅଛି ମୁଁ ପ୍ରସ୍ପୁଟିତ ହୁଏ ହରଷେ ॥ ପ୍ରକୃତିର ରାଣୀ ଖେଳି ଉଠଇ ଏହି ମୋର ରୂପ ସୁନ୍ଦରେ । ମୋ ପାଇଁ ଦିଶଇ ଅତି ସୁନ୍ଦର ଏହି ନୀଳ କୂଳ କନ୍ଦରେ ॥ ନାନା ବର୍ଣ୍ଣ ଜାତି…

ଅଧିକ ପଢ଼ନ୍ତୁ
Odia Poem Tume (ତୁମେ) by Dr. Rajkumari Behera

ତୁମେ

ମୁଁ ଦିଗହରା ବିହଙ୍ଗଟେ ପରି ବୁଲୁଥିଲି ଇତସ୍ତତଃ ହୋଇ ନୀଳ ଆକାଶର ବୁକୁରେ ତୁମେ ପରାଗର ରେଣୁ ପରି ଉଡ଼ି ଆସି ପୁଷ୍ପ ଉଦ୍ୟାନରୁ ବିଞ୍ଚି ଦେଲ ମୋ ଦେହେ ମହକତାର ବାସ୍ନାଟିଏ । ମୁଁ ପାହାଡ଼ୀ ଝରଣାଟେ ପରି ବୋହୁଥିଲି ଅଙ୍କାବଙ୍କା ହୋଇ ସବୁଜ ବନାନୀର ଗର୍ଭରେ ତୁମେ ପୂର୍ଣ୍ଣମୀର ଚାନ୍ଦ ପରି ଭାସି ଆସି ସରଗ ରାଇଜରୁ ଭରି ଦେଲ ମୋ ହୃଦେ ଶୀତଳତାର ଜ୍ୟୋତ୍ସ୍ନାଟିଏ । ମୁଁ ଶୁଷ୍କ ନାଗଫେଣୀଟେ ପରି ପଡ଼ିଥିଲି…

ଅଧିକ ପଢ଼ନ୍ତୁ
Odia Poem Tume Au Mun (ତୁମେ ଆଉ ମୁଁ) B. Jena (Lipsy)

ତୁମେ ଆଉ ମୁଁ

ଝିଲମିଲ ରୂପେଲି ଜ୍ୟୋସ୍ନା ତୁମେ ମୁଁ ବାଲିର ଛୋଟ ଏକ କଣ ଚନ୍ଦ୍ରମା ତୁମେ ମୁଁ ତା’ର ଏକ ଉଜ୍ଵଳ କିରଣ ଫୁଲ ତୁମେ ତା’ର ସୁଗନ୍ଧ ମୁଁ ଗୀତ ତୁମେ ସ୍ୱର ମୁଁ ଜୀବନ ଗୀତିରେ ମଧୁର ସାଜ ତୁମେ ସେ ସାଜର ଝଙ୍କାର ମୁଁ ହେବ ଯଦି ଆଖି ତୁମେ ତା’ର ସ୍ୱପ୍ନ ମୁଁ ଯଦି ତୁମେ ପକ୍ଷୀ ତା’ର ଡେଣା ମୁଁ ରାଗ ମୁଁ ରାଗିଣୀ ତୁମେ ତୁମେ କ୍ଷମା ଭୁଲ ମୁଁ…

ଅଧିକ ପଢ଼ନ୍ତୁ
Odia Poem Ama Gaon Baia (ଆମ ଗାଁ ବାଇଆ) by Jagan Behera

ଆମ ଗାଁ ବାଇଆ

ଆରେ ବାଇଆ… ବସିଛୁ କାହିଁ ମନକୁ ମାରି କାମରେ ତୋର କରୁଛୁ ଡେରି, ବେଳ କାଳ ତତେ ଜଣା ପଡ଼ୁନି କିସ ଭାବୁଛୁ ବୁଝି ହଉନି । ବାପା ହୋଟେଲରେ ଖାଉଚୁୁ ନିଇତି ଟିକିଏ ପିଉଚୁ, ମୋବାଇଲ ନୀତି କେଞ୍ଚୁଚୁ ଥେଇଥେଇ ଖାଲି ହଉଚୁ । ପାଟିରେ ଗୋଟେ ଗୁଟୁଖା ଭରି ଦେହରେ ଟିକେ ଅତର ମାରି ଚାଲିଲେ ବାବୁ ଲାଇନ ମାରି… ବାଇଆ ଆମ ଭାରି ରସିକ ପ୍ରେମରେ ଗଲା ଛନ୍ଦି, ଆର ଗାଁର ମିନିକୁ…

ଅଧିକ ପଢ଼ନ୍ତୁ