Odia Bhajan Mo Kalia Suna (ମୋ କାଳିଆ ସୁନା) by Janmajaya Nayak

ମୋ କାଳିଆ ସୁନା

ତୁ କଳାକାହ୍ନୁ ବୋଲି ଜାଣେ ଜଗତ, ତୋ’ ଅପାର ମହିମା ବିଶ୍ୱ ବିଖ୍ୟାତ । କାହାପାଇଁ ମିଛ କାହାପାଇଁ ସତ, ଭାବରେ ବନ୍ଧା ତୁ ଭକତର ମିତ । ତୋ’ରି ପାଇଁ ମୁଁ ଆଜି ଜୀଇଁଛି ସିନା, ମୋ କାଳିଆ ସୁନା, ମୋ କାଳିଆ ସୁନା… ।୧। ଶ୍ରୀକ୍ଷେତ୍ରରେ ବସି ହସୁଛୁ ମୁରୁକି, ଦୁଃଖୀର ଦୁଃଖକୁ କି ପାରୁନୁ ଦେଖି !? ଭୋକ ବିକଳେ ଗରିବ ଆଖି ବୁଜେ, ତୋ’ କରୁଣା ବାରିଧାରା କିଆଁ ହଜେ? ଚଳିବନିରେ ତୋ’ର କିଛି ବାହାନା, ମୋ…

ଅଧିକ ପଢ଼ନ୍ତୁ
Odia Poem Nari (ନାରୀ) by Anasuya Panda

ନାରୀ

ନାରୀ ଭିତରର ଯନ୍ତ୍ରଣାକୁ ପଢ଼ିଛ କି କେହି? କେବେ ତା’ ମନର ସିନ୍ଦୁକରେ ଲୁଚେଇଥିବା ଇଚ୍ଛାକୁ କେହି ଖୋଜନ୍ତିନି, ତା’ ଇଚ୍ଛାର ଚାରିପାଖରେ ଲକ୍ଷ୍ମଣରେଖା ସେ ଡେଇଁଲେ ଅନେକ କୁତ୍ସାରଟନା ତା’ ଭାବିବାରେ ଅଙ୍କୁଶ ସେ ଭାବିଲେ ବି ଅଶୌଚ ହେଇଯାଏ ସମଗ୍ର ସଂସ୍କୃତି । ନାରୀ ତା’ ପରିସୀମାର ପରିସରରେ ଶ୍ଵାସରୁଦ୍ଧ ନିର୍ବାକ ଚରିତ୍ର ସେ ବାସ୍ତବ ଜୀବନ ଜିଇଁବାରୁ ଉପେକ୍ଷିତ ଅଭିନୟରେ ଅଭିନୟରେ ତା’ ଜୀବନ ଜିଇଁବାରେ ଅଭ୍ୟସ୍ତ ନାରୀ ଜଳେ ଖୁବ୍ ଭିତରେ ଭିତରେ…

ଅଧିକ ପଢ଼ନ୍ତୁ
Odia Poem Tuma Akahara Janha Mun (ତୁମ ଆକାଶର ଜହ୍ନ ମୁଁ) by Biswanath Kinkar Rout

ତୁମ ଆକାଶର ଜହ୍ନ ମୁଁ

ତୁମ ଆକାଶର‌ ଜହ୍ନ ମୁଁ ହଜି ଯାଇଛି ମେଘ ମାଳାରେ, ରାତ୍ରୀ ଗୋପନେ ମେଘ ହଟିଗଲେ ଫେରିବି ଅମୃତ ବେଳାରେ ॥ ସାମୟିକ ଆମ ବିରହ ବିଚ୍ଛେଦ ମଳୟର ଗନ୍ଧେ ପୁଲକିତ, ପ୍ରାଣର ଉଷ୍ମତା, ଅପ୍ରତିମ ସ୍ନେହ ମର୍ମ ଭାବାବେଗ ବିଜଡ଼ିତ ॥ ଆସିବି ନିଶ୍ଚୟ ସ୍ୱପ୍ନକୁ ତୁମର କରିବାକୁ ଶଙ୍କା ଦୂରୀଭୂତ, ମିଳନ ବୁଭୁକ୍ଷୁ ଅଶରୀର ମୋହ କରିବ ତୁମକୁ କବଳିତ ॥ ପ୍ରେମ ଆଲିଙ୍ଗନେ ହଜିଯିବ ତୁମେ ମୋର ଶ୍ୱେତ ସ୍ନିଗ୍ଧ ଜୋଛନାରେ, ଅଳପ…

ଅଧିକ ପଢ଼ନ୍ତୁ
Odai Poem Barabulatie mun (ବାରବୁଲାଟିଏ ମୁଁ) by Sandhyarani Dash

ବାରବୁଲାଟିଏ ମୁଁ

ବାରବୁଲାଟିଏ ମୁଁ… କ୍ଷଣସ୍ଥାୟୀ ମୋର ରହଣୀ ଆଜି ଏଠି ତ କାଲି ସେଠି ପୁଣି, ନା ଅଛି ଅତୀତର କ୍ଷୋଭ ନା ଅଛି ଆଗତ ଭବିଷ୍ୟତର ଚିନ୍ତା, ମୁଁ କେବଳ ବର୍ତ୍ତମାନରେ ଭାବ ବିହ୍ୱଳ । ନା ଅଛି ଆଶ୍ରୟ ନା କେହି ଆଶ୍ରୟ ଦାତା ମୁଁ ମୋ ଭାଗ୍ୟର ଭାଗ୍ୟ ବିଧାତା ବୈଶାଖର ଝାଞ୍ଜି ହେଉ, ହେଉ ଅବା ଆଷାଢ଼ର ମୂଷଳଧାରା ପୁଣି ଶୀତର ଚାଦର ତଳେ କିମ୍ଭୁତକିମାକାର ମୋ ଜୀବନ ସ୍ୱପ୍ନ ଆଉ ବାସ୍ତବତାର ଅପୂର୍ବ…

ଅଧିକ ପଢ଼ନ୍ତୁ
Odia Poem Manisa Jibana (ମଣିଷ ଜୀବନ) by Susmita Bavi

ମଣିଷ ଜୀବନ

ଦୁଇ ଦିନର ଏ ମଣିଷ ଜୀବନ କାହିଁକି ରଖିବା ରାଗ ଅଭିମାନ ଇଶ୍ୱର ସୃଷ୍ଟିରେ ସଭିଁଏ ସମାନ ବାଣ୍ଟି ଚାଲିବା ବନ୍ଧୁ ଶ୍ରଦ୍ଧା ସମ୍ମାନ ॥ ଆସିଛେ ଏକା ଯିବା ହିଁ ଏକା କେହି ଯିବେ ନାହିଁ ଆମ ସାଥିରେ ଯାହା ଆଣିଥିବା ତାହା ହିଁ ନେବା କେହି ନେବେ ନାହିଁ ବାଟିଏ ॥ ପୁଙ୍ଗୁଳା ଦେହରେ ଜନମ ହୋଇଛେ ପୁଙ୍ଗୁଳା ଯିବା ଆମେ ଚାଲି ଗର୍ବ ଅହଂକାର କାହିଁକି କରିବା ଶରୀର ତ ମାଟି ବାଲି…

ଅଧିକ ପଢ଼ନ୍ତୁ