You are currently viewing ମୋ କାଳିଆ ସୁନା
Odia Bhajan Mo Kalia Suna (ମୋ କାଳିଆ ସୁନା) by Janmajaya Nayak

ମୋ କାଳିଆ ସୁନା

ତୁ କଳାକାହ୍ନୁ ବୋଲି ଜାଣେ ଜଗତ,
ତୋ’ ଅପାର ମହିମା ବିଶ୍ୱ ବିଖ୍ୟାତ ।
କାହାପାଇଁ ମିଛ କାହାପାଇଁ ସତ,
ଭାବରେ ବନ୍ଧା ତୁ ଭକତର ମିତ ।
ତୋ’ରି ପାଇଁ ମୁଁ ଆଜି ଜୀଇଁଛି ସିନା,
ମୋ କାଳିଆ ସୁନା, ମୋ କାଳିଆ ସୁନା… ।୧।

ଶ୍ରୀକ୍ଷେତ୍ରରେ ବସି ହସୁଛୁ ମୁରୁକି,
ଦୁଃଖୀର ଦୁଃଖକୁ କି ପାରୁନୁ ଦେଖି !?
ଭୋକ ବିକଳେ ଗରିବ ଆଖି ବୁଜେ,
ତୋ’ କରୁଣା ବାରିଧାରା କିଆଁ ହଜେ?
ଚଳିବନିରେ ତୋ’ର କିଛି ବାହାନା,
ମୋ କାଳିଆ ସୁନା, ମୋ କାଳିଆ ସୁନା… ।୨।

ମାଆ କୋଳୁ ପୁଅ ତା’ ଯାଏ ଦୂରେଇ,
ସଧବା ସିନ୍ଦୂର ଅବେଳେ ହଜଇ ।
ବୋଝ ପରେ ନଳିତାବିଡ଼ା କାହିଁକି?
ସତେ କ’ଣ ତୁହି ପାଷାଣ ସାଜିଲୁ କି?
ଦୁଃଖ ଲଫାପାରେ ତୁ ସୁଖ ଠିକଣା,
ମୋ କାଳିଆ ସୁନା, ମୋ କାଳିଆ ସୁନା… ।୩।

ଜଗତେ ପଡ଼ିଛି ଆଜି ହାହାକାର,
ଶୁଭୁନି କି ତୁହି ହେଲୁ କି ବଧିର ।
ରୋଗଶୋକେ ସଭିଏଁ ପରା ଅଥୟ,
କୃପା କର ଟିକେ ଦୂରେଇ ଦେ ଭୟ ।
ସବୁ ଜାଣି କାହିଁ ହେଉରେ ଅଜଣା,
ମୋ କାଳିଆ ସୁନା,ମୋ କାଳିଆ ସୁନା… ।୪।

କଳହ ସବୁଠି ତ ହିଂସା ଭାବନା,
ଧରଣୀ ବି ଅତିଷ୍ଠ ସହି ପାରେନା ।
ଅଚିନ୍ତା ନିଦରେ ତୁ ବଡ଼ଦେଉଳେ,
ନିଦ ଭାଙ୍ଗୁନାହିଁ କି କ୍ରନ୍ଦନରୋଳେ?
ଶାନ୍ତି ଫେରେଇଦେ ତୁ କରନି ମନା,
ମୋ କାଳିଆ ସୁନା,ମୋ କାଳିଆ ସୁନା… ।୫।

– ଜନ୍ମଜୟ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜନ୍ମଜୟ ନାୟକ ପେଶାରେ ଜଣେ ସରକାରୀ ଶିକ୍ଷକ, କିନ୍ତୁ ନିଶା ତାଙ୍କର ଗପ ଓ କବିତା ଲେଖିବା । ପୁରୀ ଜିଲ୍ଲାର ଚିଲିକା ନୋଡାଲ ହାଇସ୍କୁଲରେ କାର୍ଯ୍ୟରତ ଥିବା ଏହି ଶିକ୍ଷକଙ୍କର ଗପଗୁଡ଼ିକ ଅନେକ ପତ୍ରିକପତ୍ରିକାରେ ସ୍ଥାନିତ ହୋଇଛି ।