ଗରବେ କହିବା ଆମେ ସ୍ୱାଧୀନ
ପରାଧୀନତାର ସିକୁଳି ଛିଡ଼ିଲା ମୁକତି ପାଇଲୁ ଆମେ, ସ୍ୱାଧୀନତାର ମହୁ ଚାଖି ସରବେ ଭିଜିଗଲେ ଦେଶପ୍ରେମେ । କେତେ ଶୋଷଣ ଦୁର୍ନୀତି କଷଣ ସହିଲେ ଆମ ଜନତା, ଶେଷରେ ବିଦେଶୀ ଗୋରା ସରକାର ନଇଁଲେ ତାଙ୍କରି ମଥା । କେତେ ବୀର ପୁଣି ଶହୀଦ ହୋଇଲେ ଦେଶପାଇଁ ଦେଲେ ପ୍ରାଣ, ଫିରିଙ୍ଗି ଶାସକ ଦେଶ ଛାଡ଼ିଗଲେ ଆମେ ହେଲୁ ତ ସ୍ୱାଧୀନ । ଯାହାଙ୍କର ତ୍ୟାଗ ବଳିଦାନ ପାଇଁ ହୋଇଛେ ସ୍ୱାଧୀନ ଆଜି, ସେମାନଙ୍କୁ ଦେବା ଭକ୍ତି ଶ୍ରଦ୍ଧାଞ୍ଜଳି ତାଙ୍କରି ସ୍ମୃତିରେ…

