
ନିରବ ନିହାଣ
ଦ୍ଵିତୀୟ କୋଣାର୍କ ଗଢ଼ିବା ଆସ୍ପର୍ଦ୍ଧା କରିଥିଲ ହେ ଶିଳ୍ପୀଗୁରୁ ରଘୁନାଥ, ଶିଳ୍ପୀ କୂଳର ଚନ୍ଦ୍ରଉଦିଆ ହୋଇ କଳାଭାସ୍କର୍ଯ୍ୟ କରିବାକୁ ରୁଦ୍ଧିମନ୍ତ । ତୁମ ଉଦୟର ପୂର୍ବ ଦିଗର ଆଭା ଝଟକିଲା ମୁକୁତା ସମାନ ହୋଇ, ତୁମ ନିଖୁଣ ନିହାଣ ମୂନର କଳା ନିର୍ଜିବକୁ ଦେଲା ସଜୀବ ସଜାଇ । ମୁଗୁନି ପଥର ହାତ ସ୍ପର୍ଶରେ ତୁମର ଅହଲ୍ୟା ସମ ହୋଇଗଲେ ସୁନ୍ଦରୀ, କେତେ ଗଛଲତା ମନ୍ଦିର ପ୍ରାଙ୍ଗଣରେ କହନ୍ତି ପକ୍ଷୀଏ ଏହିକଥା ଝୁରି ଝୁରି । ପ୍ରତିମାଙ୍କୁ…