Odia Poem Tuma Akahara Janha Mun (ତୁମ ଆକାଶର ଜହ୍ନ ମୁଁ) by Biswanath Kinkar Rout

ତୁମ ଆକାଶର ଜହ୍ନ ମୁଁ

ତୁମ ଆକାଶର‌ ଜହ୍ନ ମୁଁ ହଜି ଯାଇଛି ମେଘ ମାଳାରେ, ରାତ୍ରୀ ଗୋପନେ ମେଘ ହଟିଗଲେ ଫେରିବି ଅମୃତ ବେଳାରେ ॥ ସାମୟିକ ଆମ ବିରହ ବିଚ୍ଛେଦ ମଳୟର ଗନ୍ଧେ ପୁଲକିତ, ପ୍ରାଣର ଉଷ୍ମତା, ଅପ୍ରତିମ ସ୍ନେହ ମର୍ମ ଭାବାବେଗ ବିଜଡ଼ିତ ॥ ଆସିବି ନିଶ୍ଚୟ ସ୍ୱପ୍ନକୁ ତୁମର କରିବାକୁ ଶଙ୍କା ଦୂରୀଭୂତ, ମିଳନ ବୁଭୁକ୍ଷୁ ଅଶରୀର ମୋହ କରିବ ତୁମକୁ କବଳିତ ॥ ପ୍ରେମ ଆଲିଙ୍ଗନେ ହଜିଯିବ ତୁମେ ମୋର ଶ୍ୱେତ ସ୍ନିଗ୍ଧ ଜୋଛନାରେ, ଅଳପ…

ଅଧିକ ପଢ଼ନ୍ତୁ
Odai Poem Barabulatie mun (ବାରବୁଲାଟିଏ ମୁଁ) by Sandhyarani Dash

ବାରବୁଲାଟିଏ ମୁଁ

ବାରବୁଲାଟିଏ ମୁଁ… କ୍ଷଣସ୍ଥାୟୀ ମୋର ରହଣୀ ଆଜି ଏଠି ତ କାଲି ସେଠି ପୁଣି, ନା ଅଛି ଅତୀତର କ୍ଷୋଭ ନା ଅଛି ଆଗତ ଭବିଷ୍ୟତର ଚିନ୍ତା, ମୁଁ କେବଳ ବର୍ତ୍ତମାନରେ ଭାବ ବିହ୍ୱଳ । ନା ଅଛି ଆଶ୍ରୟ ନା କେହି ଆଶ୍ରୟ ଦାତା ମୁଁ ମୋ ଭାଗ୍ୟର ଭାଗ୍ୟ ବିଧାତା ବୈଶାଖର ଝାଞ୍ଜି ହେଉ, ହେଉ ଅବା ଆଷାଢ଼ର ମୂଷଳଧାରା ପୁଣି ଶୀତର ଚାଦର ତଳେ କିମ୍ଭୁତକିମାକାର ମୋ ଜୀବନ ସ୍ୱପ୍ନ ଆଉ ବାସ୍ତବତାର…

ଅଧିକ ପଢ଼ନ୍ତୁ
Odia Poem Manisa Jibana (ମଣିଷ ଜୀବନ) by Susmita Bavi

ମଣିଷ ଜୀବନ

ଦୁଇ ଦିନର ଏ ମଣିଷ ଜୀବନ କାହିଁକି ରଖିବା ରାଗ ଅଭିମାନ ଇଶ୍ୱର ସୃଷ୍ଟିରେ ସଭିଁଏ ସମାନ ବାଣ୍ଟି ଚାଲିବା ବନ୍ଧୁ ଶ୍ରଦ୍ଧା ସମ୍ମାନ ॥ ଆସିଛେ ଏକା ଯିବା ହିଁ ଏକା କେହି ଯିବେ ନାହିଁ ଆମ ସାଥିରେ ଯାହା ଆଣିଥିବା ତାହା ହିଁ ନେବା କେହି ନେବେ ନାହିଁ ବାଟିଏ ॥ ପୁଙ୍ଗୁଳା ଦେହରେ ଜନମ ହୋଇଛେ ପୁଙ୍ଗୁଳା ଯିବା ଆମେ ଚାଲି ଗର୍ବ ଅହଂକାର କାହିଁକି କରିବା ଶରୀର ତ ମାଟି ବାଲି…

ଅଧିକ ପଢ଼ନ୍ତୁ
Odia Poem E Ki Abichara (ଏ କି ଅବିଚାର) by Alekha Meher

ଏ କି ଅବିଚାର

ନାସ୍ତିକ କରଇ ସୁଖେ ଅଟ୍ଟହାସ୍ୟ ଆସ୍ତିକ ନୟନେ ଲୁହ, ଜୀବନଟା ସାରା ଦୁଃଖର ଅଙ୍ଗାର ହୃଦୟରେ ଭରା କୋହ । ନିଃଶବ୍ଦ ସାଧନା ନିଃସ୍ୱାର୍ଥ ଭାବନା ତିରସ୍କାର ପାଇଁ ସାର, ସୁଦ୍ଧ ପେୟନୀରେ ପୋକ ପକାଇଲେ ହୁଅଇ ସିନା ଅମର । ପାଳକ ଧରିଲେ ପକ୍ଷପାତି ପଣ ଆଉ କେ ଅଛି ଭରସା, ଏ ଜୀବନେ ସଦା ତମକୁ ସିନା ମୁଁ କରିଅଛି ଏକା ଆଶା । ସତ୍ୟର ପାଣ୍ଡବ ପଶାପାଲି ଖେଳେ ହାରିବା ନିଶ୍ଚେ ପ୍ରମାଣ,…

ଅଧିକ ପଢ଼ନ୍ତୁ
Odia Poem Lampata Purusha (ଲମ୍ପଟ ପୁରୁଷ) by Jayashree Patra

ଲମ୍ପଟ ପୁରୁଷ

ହଠାତ ଆଜି କାଇଁ ମନେପଡ଼ିଗଲ ମୋର ଏଇ ଦରସିଝା ସ୍ମୃତିପଟ୍ଟରେ? କ’ଣ ପୁଣିଥରେ ଉଦୁଉଦିଆ ଖାରବେଳଟାରେ କାଳବୈଶାଖୀର ଆଗମନ ପରି ମୋର ଏଇ ରୂପେଲି ଜୀବନରେ ପୁଣିଥରେ ଝଡ଼ ଆଣିବାକୁ? ଚାଲି ଯାଇଥିଲ ପ୍ରେମିକ ସାଜି ସବୁକିଛି ଭାଙ୍ଗି ଚୁରମାର ପରେ କ’ଣଟା ବାକି ଅଛି ଯେ ଆଜି ପୁଣି ମୋ’ ସାଧା ପୃଷ୍ଠାରେ ଲେଖିବାକୁ ତୁମର ଭାରି ମନ? ମୋ’ ଦେହରେ ଢାଳି କଳଙ୍କ ଦୁଆତ ମିଳିଲାନି କି ଶାନ୍ତି? ଦୀର୍ଘ ବର୍ଷ ପରେ ଆସିଯାଉଅଛ…

ଅଧିକ ପଢ଼ନ୍ତୁ