ଉଡ଼ିଉଡ଼ି ଯେବେ ଥକି ଯିବ ଡେଣା
ନୀଳ ଆକାଶର କୋଳେ
ଗଛ ଡାଳ ଖୋଜି ବାନ୍ଧି ଦେବା ବସା
ଯୁଗଳ ବାହୁର ବଳେ ॥୦॥
ସେ ବସାରେ ବସି ନୀଳ ଆକାଶରେ
ଦେଖିବା ସୂରୁଯ ଖେଳ
ସଞ୍ଜ ନଇଁ ଗଲେ ଚାନ୍ଦ ହସକୁରି
ତାରାଙ୍କ ଏକାଠି ମେଳ
ତାଙ୍କ ଗହଣରେ ଜହ୍ନ ଉକିଆରେ
ମାତିବା ପ୍ରେମର ଖେଳେ… ॥୧॥
ପାଖେ ଥିଲେ ସାଥୀ ଅମା ଅନ୍ଧକାରେ
ବାଟ ହୋଇଯାଏ ବାରି
ଅମାପ ଦୂରତା ଆଖି ପଲକରେ
କେମିତି ଯାଏ ସେ ସରି
ସେଇ ତ କାହାଣୀ ମନ ଦିଆନିଆ
ପ୍ରେମର ଆଗଣା ତଳେ… ॥୨॥
– ଆଶୁତୋଷ ମେହେର