You are currently viewing କେବଳ ତୋ’ ପାଇଁ
Odia Poem Kebala To Pain (କେବଳ ତୋ' ପାଇଁ) by Nibedita Nayak

କେବଳ ତୋ’ ପାଇଁ

ବୁଝେଇବାକୁ ତ କେବେ ପଡ଼େନା
ଆଜି କ’ଣ ପାଇଁ ଏତେ ଅବୁଝା ହଉ
କହିବାକୁ ତତେ ବି ପଡ଼େନା
କିଛି ନ କହିକି ତୁ ସବୁ ବୁଝିଯାଉ

ଲୁଚେଇବାକୁ ଚାହିଁଲେ ଯେତେ
ପାରିବିନି ତତେ କିଛି ଲୁଚେଇ
ମୋ ହାବ ଭାବ କଥା ବାର୍ତ୍ତାରୁ
କିଛି ହେଇଛି ବୋଲି ବାରି ଦଉ

ମୋ’ ନିରବତାର ଭାଷା
ତୁ ଭଲରେ ପଢ଼ିପାରୁ
କେବ ବି ଏକା ମତେ ରଖୁନା
ସବୁ ବେଳେ ପାଖେ ଥାଉ

ସୁଖ ହଉ ଅବା ଦୁଃଖ
ବାଣ୍ଟୁ ମୋ ସହ ଅଧା ଅଧା
ଥାଉ ଆଗରେ ତୁ ମୋର
ଆସିଲେ କିଛି ମତେ ବାଧା

ମାଆ ପରି ଖୁଆଇ ଦଉ
ଭଉଣୀ ହେଇ ଝଗଡ଼ା କରୁ
ଶାଶୂ ଭଳି କରୁ ତାଗିଦ୍
ବାନ୍ଧବୀ ମୋର ତୁ ସବୁ କରୁ

ତୋ’ରି ପାଇଁ ଏ କବିତା
ତୋ’ ସର୍ମଥନରେ ଯା’ର ଜନ୍ମ
ତୁ ନଥିଲେ ହୁଏ ତ ସମ୍ଭବ
ହେଇନଥାନ୍ତା ଏ କାମ ।

– ନିବେଦିତା ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ନିବେଦିତା ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।