Odia Poem Kachare Bandhei Luha (କାଚରେ ବନ୍ଧେଇ ଲୁହ) by Monalisa Priyadarsini

କାଚରେ ବନ୍ଧେଇ ଲୁହ

ପଢ଼ିଛ କି କେବେ ମୃତ୍ୟୁର ଚିଠି କାଚ ବୋତଲର ଜଉମୁଦେ କେବେ ଭାସୁଥାଏ ଜୁଆର ଭିତରେ କେବେ ପଡ଼ିଥାଏ ବାଲିକୁଦେ । ଭଙ୍ଗା ଜାହାଜର ଟୁକୁଡ଼ା ଭିତରେ ଅଧାମରା କେହି ଜଣେ କେବେଠୁ ପଡ଼ିଛି ନିଶବ୍ଦ ସେ ଦ୍ଵୀପେ ତା’ ଧିମା ନିଃଶ୍ୱାସ ହିଁ ଜାଣେ । କାଗଜରେ କିଛି ପଦ ଲେଖିଦେଇ ମନକୁ ମନ ସେ ଭାବେ ଚିଠିଟା ତ କେହି ନିଶ୍ଚେ ପାଇଥିବ ମତେ ନେବାକୁ ଆସିବେ ଏବେ । ଦେଖିଲେ ବି କେହି ଖୋଲି ପଢ଼ିବେନି ପଢ଼ିଲେ…

ଅଧିକ ପଢ଼ନ୍ତୁ
Odia Poem Narisiksha (ନାରୀଶିକ୍ଷା) by Krushnendu Hota

ନାରୀଶିକ୍ଷା

ସ୍ରଷ୍ଟାଙ୍କ ସୃଷ୍ଟିରେ ପ୍ରାଣୀଙ୍କ ମଧ୍ୟରେ ସୁନ୍ଦର ରଚନା ନାରୀ, ଝିଅଜନ୍ମ ନୁହେଁ ଚୁଲିର ମୁଣ୍ଡକୁ ଶିକ୍ଷାର ସେ ଅଧିକାରୀ । ନାରୀଟି ସମାଜେ ଶିକ୍ଷିତ ହୋଇଲେ ସମାଜ ହୁଏ ଶିକ୍ଷିତ, ଶିଶୁଟିର ପୁଣି ବିକାଶ ପଛରେ ନାରୀଟିର ଥାଏ ହାତ । ଉଚ୍ଚାସନେ ସଦା ରହିଥିବ ନାରୀ ଶିକ୍ଷା ହିଁ ତା’ ଆଭୂଷଣ, ଶିକ୍ଷା ବଳେ ସିନା ନାରୀଟି ଲଢ଼ିବ ରୋକିବ ନାରୀ ଶୋଷଣ । ପାଠ ପଢ଼ିଦେଲେ ଶିକ୍ଷା କୁହନ୍ତିନି ସେହି ନାରୀ ହିଁ ଶିକ୍ଷିତ, କଥା ବ୍ୟବହାରେ ଚାଲିଚଳନରେ…

ଅଧିକ ପଢ଼ନ୍ତୁ
Odia Poem Pheri Asa He Rajakumara (ଫେରି ଆସ ରାଜକୁମାର) by Chikun Panda

ଫେରି ଆସ ରାଜକୁମାର

ବାପା କହିଛନ୍ତି ଦୂର ରାଇଜୁ ଖୋଜି ଆଣି ଦେବେ ରାଜକୁମାର, ପାଖେଇ ଆସିଲାଣି ବିବାହ ବୟସ ମନ ହୁଏ ଭାରି ଛନ ଛନ, ପାଦରୁ ଝୁଣ୍ଟିଆ ହଜିଯାଏ ମୋର ମନେ ରହୁନାହିଁ ହେଜ । ରାଜ ନଅରର ରାଜ କଣ୍ଢେଇ ମୁଁ ସଭିଏଁ ଡାକନ୍ତି ଫୁଲେଇ, ଯୋଉ ଦିନୁ ତୁମକୁ ଦେଖିଲି ମନେ ବାଜେ ସହାନାଇ । ଫେରି ଆସ ରାଜକୁମାର କାହିଁ ମନେ ମାର ଅପଶୋରା, ଫୁଲଠୁ ଭ୍ରମର ଅଲଗା ହୋଇ ରହି ପାରେ କି ବେଶୀ ଦିନ?…

ଅଧିକ ପଢ଼ନ୍ତୁ
Odia Poem Abhula Amar Giri (ଅଭୁଲା ଅମର ଗୀତି) by Subham Kumar Sahoo

ଅଭୁଲା ଅମର ଗୀତି

ରଖିଛି ସାଇତି ତମର ସେଇ ଅଭୁଲା ଅମର ଗୀତି ଭୁଲିଯାଇନାହିଁ ତମ ସାଥେ ଥିବା ଭିଜା ଭିଜା ସେଇ ସ୍ମୃତି ॥ ପଢ଼ୁଛି ଆଜିବି ଲୁଚେଇ ମୁହିଁ ତୁମ ହାତ ଲେଖା ଚିଠି ଚିରି ଦେଇନାହିଁ ଚିଠିକୁ ତୁମର ରଖିଛି ପାଖେ ସାଇତି ॥ ସାଥେ ବିତିଥିବା ସବୁ ଅତୀତକୁ ରଖିଛି ମନେ ସାଇତି ମନକୁ ମୋହର ଦେଇନି କାହାକୁ ରଖିଛି ତମକୁ ସେଇଠି ॥ ଭୁଲିବନି ପ୍ରିୟେ କେବେ ଗୋ ମୋତେ ତମେ ହିଁ ମୋର…

ଅଧିକ ପଢ଼ନ୍ତୁ
Odia Poem Adhiratha (ଅଧିରଥ) by Smrutiranjan Barik

ଅଧିରଥ

ହସ୍ତିନାପୁର ଯେ ବିରାଟ, ଯାହା ଜନ୍ମ ବୀରର, ବୀରତ୍ୱର ଗାଥା ଗାଏରେ, ଭୂଇଁ ଜନ୍ମ ଭୂମିର ॥ ଭରତ ସମ୍ରାଟ ନାମରେ, ଦେଶ ଏହି ଭାରତ, ପରାକ୍ରମୀ ଗୀତ ଲେଖେରେ, ଶତ୍ରୁ ମୃତ୍ୟୁରେ ହତ ॥ ଚକ୍ରବର୍ତ୍ତୀ ରାଜା ଆସଇ, ତୀର ନାମରେ ଯୁଦ୍ଧ, ଅଧିରଥ ନାମେ ସାରଥୀ, ଆଗେ ଟାଣଇ ରଥ ॥ ବିଶ୍ୱାସର ଚୂଡ଼ା ଉପରେ, ଲେଖା ନାମ ଯାହାର, ମହାରାଜା ରଥ ବିଶ୍ୱାସେ, ଭାବେ ଆତ୍ମା ନିଜର ॥ ସାହାସୀ ସମ୍ରାଟ ସାରଥୀ,…

ଅଧିକ ପଢ଼ନ୍ତୁ