Odia Poem Sandhya Paribesha (ସନ୍ଧ୍ୟା ପରିବେଶ) by Saroj Kumar Sahoo

ସନ୍ଧ୍ୟା ପରିବେଶ

କିଃ ସୁନ୍ଦର ଦିଶେ ସନ୍ଧ୍ୟା ପରିବେଶ ଗାଇଗୋଠ ସାଥେ ଧୂଳି, ପକ୍ଷୀ ଫେରୁଥାନ୍ତି ନୀଳ ଆକାଶରେ ଶାବକର ସାଥେ ଖେଳି । ପାହାଡ଼ କୋଳରେ ସୂରୁଜ ଲୁଚଇ ରକ୍ତିମ ଆଭାର ବେଶେ, ନାଲି ପାଟଶାଢ଼ୀ ପିନ୍ଧିକି ଧରଣୀ କ୍ଷଣିକରେ ମନ ତୋଷେ । ଗ୍ରାମଦେବତୀଙ୍କ ମନ୍ଦିର ପ୍ରାଗଣେ ଶୁଭେ ଶଙ୍ଖନାଦ ଧ୍ୱନି, ହୋଇଣ ଏକତ୍ର କରନ୍ତି ପ୍ରାଥର୍ନା ଗରୀବ କି ଅବା ଧନୀ । ଘର ଅଗଣାର ବୃନ୍ଦାବତୀ ମୂଳେ କୂଳବଧୂ ଜାଳି ଦୀପ, ଶୁଭ ମନାସଇ…

ଅଧିକ ପଢ଼ନ୍ତୁ
Odia poem Singhabhumara re Banya (ସିଂହଭୂମରେ ବନ୍ୟାର ଲହରୀ) by Sanu Jena

ସିଂହଭୂମରେ ବନ୍ୟାର ଲହରୀ

ଆଦିବାସୀ କ୍ଷେତ୍ର ସାନ୍ତାଳ ବସ୍ତି ବଣ ଜଙ୍ଗଲ ସବୁ ତ ଏଠି ନଦୀ ନାଳ ନ ଥାଇ ବି ମଧ୍ୟ ଆମ ସିଂହଭୂମରେ ଖେଳୁଛି ଲହରୀ ॥ ସବୁ ଭାଷାକୁ ନିଜର କରି ସିଂହଭୂମ ସାଜିଛି ଆଜି ବହୁ ଭାଷୀ ଲହରୀ ଛାଣିବ ଯଦି ପକାଅ ଜାଲ ଭାସୁଛି ଏବେ ଭାଷାର ନଗରୀ ॥ ଧାଇଁ ଆସ ଭାଇ ଭଉଣୀମାନେ ଭାଷାର ବନ୍ୟା ଜଳରେ ପହଁରୀ ନିଜ ମାତୃଭାଷାର ଦଉଡ଼ିକୁ ନିଜେ ଚିର ଦିନ ପାଇଁ ରଖ…

ଅଧିକ ପଢ଼ନ୍ତୁ
Odia Poem Tume Kie Mora (ତୁମେ କିଏ ମୋର) by Subhashree Suchismita

ତୁମେ କିଏ ମୋର?

ପ୍ରଶ୍ନଥିଲା, ତୁମେ କିଏ ମୋର? ଉତ୍ତରର ସନ୍ଧାନରେ ଆଜି ମୁଁ ଉଜାଗର, ଅଜଣା ଅଛପା ନୁହଁ ସେ ଉତ୍ତର, ବାସ ଖାଲି ଭାବ ଆଉ ଭାଷା ମଧ୍ୟର ଅନ୍ତର । ମୋ ନୀରବତାର ପ୍ରତିଧ୍ୱନି ଅନ୍ଧକାରେ ପ୍ରତିଛବି ଶୂନ୍ୟତାର କୋଳାହଳ ତୁମେ ବୈଶାଖୀ ସନ୍ଧ୍ୟାକାଳ… ପ୍ରଶ୍ନଥିଲା, ତୁମେ କିଏ ମୋର? ଅବିରତ ଅବିଶ୍ରାନ୍ତ, ତୁମେ ଧାରା ଶ୍ରାବଣର, ଅକୁହା ଅବୁଝା ପୁଣି କବିତା ମୋ କଲମର… ପ୍ରଶ୍ନଥିଲା, ତୁମେ କିଏ ମୋର !? ନିଶ୍ଚଳ ପ୍ରବଳ, ତୁମେ…

ଅଧିକ ପଢ଼ନ୍ତୁ
Odia Poem Mrutyu (ମୃତ୍ୟୁ) by Anasuya Panda

ମୃତ୍ୟୁ

କିଛି ନକହି କେବେ ଆସିଯାଏ ଅଦିନ ଝଡ଼ଟେ ହେଇ ପବନ ଘୋଡ଼ାରେ ଅପହୃତ କରିନିଏ, ମହାଶୂନ୍ୟର ମହାତୀର୍ଥକୁ ଐଶ୍ୱରୀୟ ଧାମକୁ, କି ନର୍କକୁ, କି ଯମପୁରକୁ ସବୁ ଅଧା ଛାଡ଼ି ବାହୁଡ଼ିବାକୁ ବାଧ୍ୟ ହୁଏ ମୃତ୍ୟୁର ହାତ ଧରି ଆଉ ଟିକେ ବଞ୍ଚେଇଦେବାର ଆକୁଳ ନିବେଦନ ଥାଏ ଦାବି ପତ୍ରରେ ଆତ୍ମୀୟଙ୍କ ଛାତି ଫଟା ଆର୍ତ୍ତ ସ୍ଵରରେ ପୁଅ ବଡ଼ ହେବାର ସ୍ଵପ୍ନ, ଝିଅ ବାହାଦେବାର ଉଦ୍ୟମ ସ୍ଵାମୀ ସ୍ତ୍ରୀ ସବୁ କାମ ପରେ, ପୁଣି ଗୋଟେ…

ଅଧିକ ପଢ଼ନ୍ତୁ
Odia Poem Mati Kantha (ମାଟିକାନ୍ଥ) by Saroj Sahoo

ମାଟିକାନ୍ଥ

ମାଟିକାନ୍ଥ ମୋର ଲାଗଇ ସୁନ୍ଦର ଗାଏ ଅତୀତର ଗାଥା ପୂନେଇ ପରବ ଅବା ଶୁଭଦିନେ ପଡ଼ୁଥିଲା ଝୋଟିଚିତା । ଭାସି ବୁଲୁଥିଲା ମାଟିର ମହକ ଗୋବରରେ ଭରା ଦେହ ସହି ଅଛି ସିନା ଦୁଃଖର ଯନ୍ତ୍ରଣା ଢାଳିନାହିଁ ଟୋପେ ଲୁହ । ଖରା ବରଷାକୁ ସହିଛି ଆନନ୍ଦେ ପରିବାର ଖୁସି ପାଇିଁ ଛାଇପରି ସଦା ରହିଅଛି ଜଗି ମୁରବୀର ହାତ ନେଇ । ହସକାନ୍ଦ ସବୁ ଦେଖିଛି ଆମରି ତଥାପି ରୁଷିନି ଥରେ ପିଲାବେଳ ସହ ଯୌବନ…

ଅଧିକ ପଢ଼ନ୍ତୁ