ଅଫେରା
ଜୀମୂତମାଳାରୁ ଜନ୍ମି ଟୋପାଏ ଅମୃତ କିଛି ଦୂର ଆସିଲା ବଢ଼ି କିଛି କ୍ଷଣ ପରେ ଭାବିହେଲା କାହିଁକି ଆସିଲି ମୋ ଜନ୍ମଭୂମି ଛାଡ଼ି କ’ଣ ଲେଖା କପାଳେ ମିଶିଯିବି ମାଟିରେ ଅବା ଭାଗ୍ୟ ଯିବ ଫିଟିରେ ! ରହି ରହି ଗଲା ବହି ଉତ୍ତରା ପବନ ଜଳାଧିଶ ତନୁ ମନ କରିଲା ଚୁମ୍ବନ ଆନମନା ହେଲା ବାତାବରଣ ଚାତକ ଶାମୁକା ଏକ ଚାହିଁ ଥିଲା ଆକାଶ ଆଡ଼କୁ ତୃଷିତ ମୁଖ ମେଲାଇ ପଡ଼ିଲା ମୁହଁରେ ଯାଇ ଅମୃତ…