You are currently viewing ମରଣ କି ନ ଆସଇ
ମରଣ କି ନ ଆସଇ

ମରଣ କି ନ ଆସଇ

ଜଗତରେ କେହି କିବା ରହିଛି ଅମର,
ଦେବ ଦାନବ ମାନବ ଅବା ଚକ୍ରଧର ।

ମରଣ କି ନ ଆସଇ ପାତାଳେ ଲୁଚିଲେ,
କେ ବଞ୍ଚିବ କର୍ମଫଳୁ ଯେତେ ଖଞ୍ଚକଲେ ।

ଜନ୍ମିଥିଲେ ଚକ୍ରଧର ରାମ ଅବତାରେ
ଲୀଳା ଖେଳା ସାରି ପ୍ରଭୁ ବାହୁଡ଼ିଲେ ଖରେ ।

ଅମର କି ସେହି ପ୍ରଭୁ ସବୁଦିନ ପାଇଁ,
ଜନମ ହୋଇଲେ ଦିନେ ମରଣ ଆସଇ ।

ଦିନେ କୃଷ୍ଣ ଜନ୍ମିଥିଲେ ମଥୁରା ନଗରେ,
ବଢ଼ିଲେ ଗୋପପୁରରେ ନନ୍ଦ ରାଜା ଘରେ ।

ଭଗବାନ ହୋଇ କିବା ସେ ଚିରଦିନ ଅମର
ଜନ୍ମହେଲେ ମୃତ୍ୟୁ ହେବ ଏ ଧରା ଧାମର ।

ସେ ସକାଶେ ଛାଡ଼ି ଭୟ କର୍ମ କରିଚାଲ,
ସେହି ଏକା ଭଗବାନ ଲେଖଇ କପାଳ ।

ଭାଗ୍ୟକୁ ନିନ୍ଦାକରିବା କାପୁରୁଷ ପଣ,
ଅକର୍ମା ଆଳସୀଙ୍କର ଏହି ତ ଲକ୍ଷଣ ।

ନିନ୍ଦା କରନାହିଁ ଜମା ଭାଗ୍ୟକୁରେ ଭାଇ
ତୋ କର୍ମରେ ଭାଗ୍ୟଚକ୍ର ଘଟଇ ବଢ଼ଇ ।

ଭୁଞ୍ଜିଲା କି ଦଶାନନ ଅମର ବରକୁ
ମରଣ କି ନ ଆସିଲା କର୍ମ ଜାଣି ତାକୁ ।

ତେଣୁ କର୍ମ ଭଗବାନ ସେବ ତାକୁ ଭାଇ
କର୍ମେ ଅମର ବୋଲାଅ ସଂସାରରେ ତୁହି ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସତ୍ୟ ନାରାୟଣ ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।