You are currently viewing ଧନ
ଧନ

ଧନ

ମୁଢ଼ ମନ କହେ ଏ ଧରାରେ ଶ୍ରେଷ୍ଠ
ଅଟେ ପାସେ ଥିଲେ ଧନ ।

ଧନ ଯେ ଅଟନ୍ତି ମୋହ ଶୋକ ଦୁଃଖ
ଅଟେ ଅନିଷ୍ଟ କାରଣ ।

ବନ୍ୟା ପ୍ଳାବିତ ସ୍ରୋତସ୍ୱିନୀ ସଦା
ତରଙ୍ଗ ପ୍ରସବ କରେ ।

ଧନ ଥିଲେ ମଧ୍ୟ ଚିନ୍ତା ସ୍ୱରୂପିଣୀ
କନ୍ୟାକୁ ଯାତ କରାଏ ।

ଧନ ପୁଣି ନିଜ ପଦ ପ୍ରବାହରେ
ସଦା ଚଞ୍ଚଳ ହୁଏ ।

ଦୁଗ୍ଧ ଯେସନେ ସର୍ପର ମସ୍ତକେ
ବିଷ ବୃଦ୍ଧି କରି ଥାଏ ।

ଦୋଷ ବର୍ଦ୍ଧକ କର୍ମ କରି ଜନ
ଲକ୍ଷ୍ମୀ ବୃଦ୍ଧି କରି ଥାଏ ।

ଲକ୍ଷ୍ମୀ ବୃଦ୍ଧିରେ ମନୁଷ୍ୟ ମନରେ
ନାନା ଚିନ୍ତା ଯାତ କରେ ।

ହେ ମୁଢ଼ ମାନସ ଧନ ବୃଦ୍ଧିଠାରୁ
ସଦା ତୁମେ ଦୂରେ ରୁହ ।

ଜୀବନ ବଞ୍ଚିବାଠାରୁ ବେଶୀ ଧନ
ଅଟଇ ଅହିତକର ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କୃଷ୍ଣଚନ୍ଦ୍ର ଟିପିରିଆ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କବିତା ଅନେକ ପତ୍ରପତ୍ରିକାରେ ସ୍ଥାନ ପାଇଛି ।